ଛତ୍ରପୁର ୧୪/୪ : ଗଞ୍ଜାମର ପ୍ରସିଦ୍ଧ ଯାତ୍ରା ମଧ୍ୟରେ ଦଣ୍ଡଯାତ୍ରା ଜିଲ୍ଲାର ସମସ୍ତ ଅଞ୍ଚଳରେ ଦୀର୍ଘ ୨୧ ଦିନ ବ୍ୟାପି ଧୁମ୍ଧାମରେ ପାଳନ କରାଯାଇଥିବା ବେଳେ କେଉଁ ଅଞ୍ଚଳରେ ୧୩ ଦିନ ଧରି ମଧ୍ୟ ଏହି ଯାତ୍ରାକୁ ପାଳନ କରି ଆଜି ସମାପନ ହୋଇଛି । ଛତ୍ରପୁର ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ଦେବୀପୀଠରୁ ଏହି ଯାତ୍ରା ଆରମ୍ଭ ହୋଇ ଆଜି ଦିନରେ ମେରୁ ଯାତ୍ରା ପାଳିତ ହୋଇଛି । ଛତ୍ରପୁର ସ୍ଥିତ ବିରେଶ୍ୱର ଦକ୍ଷିଣ ଦଣ୍ଡକାଳୀ ମା’ଙ୍କ ପୀଠରେ ମଧ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ ସୀତାନଗର , କୁମାରବେଗପଲ୍ଲୀ,ସୂର୍ଯ୍ୟନଗର,ଲଣ୍ଡା
