Odisha news

ଭାରତରେ ଜନ୍ମ ନେଲା ପ୍ରଥମ ‘ Gen Beta ‘ ଶିଶୁ , କଣ ରହିଛି ଏହାର ବିଶେଷତ୍ୱ

0
ଜନ୍ମ ନେଲା ଭାରତରେ ପ୍ରଥମ ଜେନେରେସନ ବିଟା ର ପ୍ରଥମ ଶିଶୁ, ଏହି ଶିଶୁ ଟି ଜନ୍ମ ନେଇଥିଲା ଜାନୁଆରୀ ୧ ତାରିଖ ଦିନ, ଏହି ଶିଶୁଟିର ଜନ୍ମ ଜାନୁଆରୀ ୧ତାରିଖ ଦିନ ମିଜୋରାମ ର ଆଇଜୋଲ ସହରରେ ହୋଇଥିଲା, ରିପୋର୍ଟ ଅନୁସାରେ ଏହି ଶିଶୁଟିର ନାମ ଫ୍ରେଙ୍କି ରେମରୁ ଆତଡ଼ିକା ଜେଣ୍ଡେଗ ଅଟେ l Gen Z ଓ Alpha କୁ ପ୍ରାୟ ସମସ୍ତେ କନଫିୟୁଜ ଥିଲେ, ଏବଂ ବର୍ତମାନ  Gen Beta ଆସିବା ପରେ ଏହି ଭ୍ରମ ଆହୁରି ଅଧିକ ବଢିଗଲା, ଆସନ୍ତୁ ଆଜି ଜାଣିବା ସେହି ନୂଆ ଜେନେରେସନ ବିଷୟ ରେ l

GenerationBeta କଣ ?
୨୦୨୫ ରେ ଜନ୍ମିତ ଶିଶୁ ମାନଙ୍କୁ ଜେନେରେସନ ବିଟା କୁହାଯାଉଛି l ୨୦୨୫ ରୁ ୨୦୩୯ ମଧ୍ୟରେ ଜନ୍ମିତ ପିଲା ମାନଙ୍କୁ ଜେନେରେସନ ବିଟା କୁହାଯିବ l ଏହି ଶିଶୁ ମାନଙ୍କର ଟେକ୍ନୋଲୋଜି ସହିତ ବିଶେଷ ସଂଯୋଗ ରହିବ , ଏହି ନୂଆ ପିଢ଼ି ହାଇ ଟେକ୍ନୋଲୋଜି ମଧ୍ୟରେ ବଢିବ, ଏବଂ ଆଗାମୀ ସମୟ ରେ ଏହା କେବଳ ଡିଜିଟାଲ ଉପାୟ ରେ ପରସ୍ପର ସହିତ ଜଡିତ ରହିବେ, ଆସନ୍ତୁ ଜାଣିବା ଏହାର ପୂର୍ବ ପିଢ଼ି କଣ କୁହାଯାଉଥିଲା l

– ୧୯୬୫ ରୁ ୧୯୮୦ ମଧ୍ୟରେ ଜନ୍ମିତ ଶିଶୁ ମାନଙ୍କୁ ଜେନେରେସନ X କୁହାଯାଉ ଥିଲା l

– ୧୯୮୧ ରୁ ୧୯୯୬ ମଧ୍ୟରେ ଜନ୍ମିତ ଶିଶୁ ମାନଙ୍କୁ ମିଲେନିୟସ ଜେନେରେସନ ଶିଶୁ ବୋଲି କୁହାଯାଉଥିଲା l

– ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ଶିଶୁ ଜେନେରେସନ Z ରେ ସାମିଲ ଥିଲେ l

– ଜେନ ବିଟା ପୂର୍ବରୁ ୨୦୧୦ ରୁ ନେଇ ୨୦୨୪ ମଧ୍ୟରେ ଜନ୍ମିତ ଶିଶୁ ମାନଙ୍କୁ ଆଲଫl କୁହାଯାଉ ଥିଲା l

Leave A Reply