Odisha news

ବାରମ୍ବାର ଯଦି ଗ୍ୟାସ ଓ ଏସିଡ଼ିଟି ରେ ପୀଡିତ ହେଉଛନ୍ତି ତେବେ ରୁହନ୍ତୁ ସତର୍କ ହୋଇପାରେ କୋଲୋରେକ୍ଟଲ କ୍ୟାନ୍ସର ସମସ୍ୟା

0

ଆଜିକାଲି ଯାହାକୁ ଦେଖିବ ଗ୍ୟାସ ଏସିଡ଼ିଟି ରେ ପୀଡିତ ରହୁଛନ୍ତି l ସେଥିପାଇଁ ଆମେ ଯେକୌଣସି ଗ୍ୟାସ ଏସିଡ଼ିଟି ସମ୍ବନ୍ଧିତ ମେଡ଼ିସିନ ସେବନ କରିଥାଉ l କିନ୍ତୁ ଅନେକ ସମୟରେ ଏହା ଏଭଳି ସ୍ଥିତିରେ ପହଞ୍ଚି ଯାଇଥାଏ ଯେ ଯାହାର କୌଣସି ଚିକିତ୍ସା ନଥାଏ l ସେତେବେଳେ ଆମେ କ୍ୟାନ୍ସର ଭଳି ଗମ୍ଭୀର ରୋଗର ସଂସ୍ପର୍ଶରେ ଆସି ଯାଇଥାଉ, ଯାହା ଆମ ପାଇଁ ପ୍ରାଣ ଘାତକ ହୋଇଥାଏ l ଏହାକୁ କୋଲୋରେକ୍ଟଲ କ୍ୟାନ୍ସର ବୋଲି କୁହାଯାଇ ଥାଏ l ଯାହାକି ଅନ୍ତ ସମ୍ବନ୍ଧୀୟ କ୍ୟାନ୍ସର ଅଟେ l

ଆମେ ଦୈନନ୍ଦିନ ଜୀବନ ରେ ହେଉଥିବା ଲକ୍ଷଣ କୁ ଦେଖି ସାଧାରଣ ଲକ୍ଷଣ ଭାବି ଅଣଦେଖା କରି ଦେଇଥାଉ l ଯଦି ଶରୀରର ଅନ୍ତ କୋଷ ରେ ବାରମ୍ବାର ଅସୁବିଧା ହୋଇଥାଏ ତେବେ ଏହାକୁ ସହଜ ରେ ନେବା ଉଚିତ ନୁହେଁ l କାହିଁକି ନା ଅତ୍ୟଧିକ ଗ୍ୟାସ ହେବ ଦ୍ୱାରା ଅନ୍ତ ରେ ସମସ୍ୟାର କାରଣ ହୋଇଥାଏ l ଯାହାକି ଭବିଷ୍ୟତ ରେ ପ୍ରାଣ ଘାତକ ହୋଇଥାଏ l

ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ କୋଲୋରେକ୍ଟଲ କ୍ୟାନ୍ସର ଏଭଳି କ୍ୟାନ୍ସର ଯାହାକି କୋଲନ ରେ ହୋଇଥାଏ l ଯାହାକୁ ସମୟ ଥାଉ ଥାଉ ଚିକିତ୍ସା କରିବା ନିହାତି ଜରୁରୀ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ କୋଲୋରେକ୍ଟଲ କ୍ୟାନ୍ସର ଦ୍ୱାରା ୯ .୩ ଲକ୍ଷ ଲୋକଙ୍କର ମୃତ୍ୟୁ ୨୦୨୦ ସୁଦ୍ଧା ହୋଇ ସାରିଛି l

ସାଧାରଣ ଗ୍ୟାସ ଓ କୋଲୋରେକ୍ଟଲ କୟାନସର ମଧ୍ୟରେ କଁ ରହିଛି ଫରକ ?

କୋଲୋରେକ୍ଟଲ କ୍ୟାନ୍ସର ଦ୍ୱାରା ୫୦ ବର୍ଷରୁ ଉର୍ଧ୍ଵ ବୟସର ଲୋକେ ପ୍ରଭାବିତ ହୋଇ ଥାଆନ୍ତି l କିନ୍ତୁ ବର୍ତମାନ ଯୁବକ ମାନଙ୍କ ମଧ୍ୟରେ ଅଧିକ ବ୍ୟାପିବାରେ ଲାଗିଛି l କୋଲୋରେକ୍ଟଲ କ୍ୟାନ୍ସର ର ଲକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟ ରେ ଜାଣି ହୋଇ ନଥାଏ, କିନ୍ତୁ ଦୀର୍ଘଦିନ ପରେ ଜଣା ପଡିଥାଏ l ସାଧାରଣ ଗ୍ୟାସ ସମସ୍ୟାରେ କିଛି ଔଷଧ ସେବନ ଦ୍ୱାରା ସାମାନ୍ୟ ଆରାମ ମିଳିଥାଏ l କିନ୍ତୁ କୋଲୋରେକ୍ଟଲ କୟାନସର ରେ ସାଧାରଣ ଗ୍ୟାସ ଔଷଧ ମଧ୍ୟ କାମ କରିନଥାଏ l

* କୋଲୋରେକ୍ଟଲ କ୍ୟାନ୍ସର ର ଲକ୍ଷଣ -:
– ମଳାଶୟ ରୁ ବ୍ଲଡ଼ ବାହାରିବା
– ମଳ ହେବାରେ କଷ୍ଟ ଅନୁଭବ ହେବା
– ବାରମ୍ବାର ଡାଇରିଆ ଓ କୋଷ୍ଠ କାଠିନ୍ୟ ସମସ୍ୟା ହେବା
– ମଳ ତ୍ୟାଗ କରିବା ପରେ ପେଟ ଓଜନିଆ ଲାଗିବ
– ଓଜନ ହ୍ରାସ
– ଥକା ବା ଅଳସୁଆ ଲାଗିବା
– ପେଟ ରେ ଯନ୍ତ୍ରଣା ଅନୁଭବ ହେବା

Leave A Reply