ଗଂଜାମ ଜିଲ୍ଲା ସୁମଣ୍ଡଳରେ ଫୁଟିଲା ଗୁଳି : ବେଗୁନିଆପଡ଼ା ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ନିର୍ମମ ଭାବେ ହତ୍ୟା
କୋଦଳା : (୨୦ /୦୧/୨୦୨୧) Susant Pattanaik : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ଠାରେ ଆଜି ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି। ସୁମଣ୍ଡଳ ମୁଖ୍ୟ ବଜାରରେ ଗୁଳିମାଡର ଶିକାର ହୋଇଛନ୍ତି ଅଞ୍ଚଳର ଜଣାଶୁଣା ନେତା ତଥା ପୂର୍ବତନ ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷ ଦେବରାଜ ସାହୁ। ଆଜି ସକାଳ ପ୍ରାୟ ୭ ଟା ପରେ ଅତର୍କିତ ଭାବେ କିଛି ଲୋକ କାର୍ ଯୋଗେ ଆସି ସୁମଣ୍ଡଳ ବଜାର ଏକ ଚା ଦୋକାନ ଠାରେ ଦେବରାଜ ସାହୁଙ୍କ ଉପରକୁ ଅତର୍କିତ ଭାବେ ଗୁଳି ମାଡ କରିଥିଲେ। ଘଟଣା ସ୍ଥଳରୁ ତୁରନ୍ତ ଅଭିଯୁକ୍ତ ମାନେ ଛାଡି ଚାଲି ଯାଇଥିବା ଜଣାପଡ଼ିଛି। ଗୁଳିମାଡ ଅତି ନିକଟରୁ ପ୍ରାୟୋଜିତ ଭାବେ ହୋଇଥିବା କୁହାଯାଉଛି। ଏହା ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ କୋଦଳା ଥାନା ଓ ବେଗୁନିଆପଡ଼ା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତନ୍ନ ତନ୍ନ କରି ଜାଞ୍ଚ୍ ଆରମ୍ଭ କରାଯାଇଛି।