Odisha news

ଦିଲେଶ୍ଵର ରେଡି ହେଲେ ଗଞ୍ଜାମ ଜିଲ୍ଲା ବିଜେଡି ର କାର୍ଯ୍ୟକାରୀ ସଭାପତି, ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି!

0
 ରଙ୍ଗେଈଲୁଣ୍ଡା!!!!!ଗଞ୍ଜାମ ଜିଲ୍ଲା ବିଜେଡି ରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ସମ୍ଭାଳୁ ଥିବା ଏବଂ ବିଜେଡି କୁ ସଂଗଠନ କ୍ଷେତ୍ର ରେ ମଜବୁତ କରିଥିବା ch, ଦିଲେଶ୍ଵର ରେଡି ଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ବିଜେଡି ର କାର୍ଯ୍ୟକାରୀ ସଭାପତି ରୂପେ ଦାୟିତ୍ୱ ଦେଇଛନ୍ତି!ଦିଲେଶ୍ଵର ରେଡି ପ୍ରଥମେ 1990 ରେ ବିଜେଡି ର ପ୍ରାଥମିକ ସଦସ୍ୟ ଗ୍ରହଣ କରିବା ପରେ ଆଉ ପଛକୁ ଫେରିନାହାନ୍ତି!1992ଠୁ 1997 ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବେ ନିର୍ବାଚିତ, ଠିକ ସେହି ସମୟରେ ବିଜୁ ଯୁବ ଜନତା ଦଳ ର ସଭାପତି ରୂପେ ତାଙ୍କୁ ଚୟନ କରାଯାଇଥିଲା,2002 ରୁ 2007 ଚିକିଟି ନିର୍ବାଚନ ମଣ୍ଡଳୀ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ବିପୁଳ ଭୋଟ ରେ ବିଜୟୀ 1997 ଠୁ 2003 ପ୍ରଯ୍ୟନ୍ତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ, ପୁଣି 2003 ଠୁ 2016 ଯାଏ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ୱ,2017 ଠୁ 2019 ପ୍ରଯ୍ୟନ୍ତ ଗଞ୍ଜାମ ବିଜେଡି ର ସାଧାରଣ ସମ୍ପାଦକ,2018 ଠୁ 2020 ପ୍ରଯ୍ୟନ୍ତ ଚିକିଟି ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରି ଆସୁଛନ୍ତି!ଏହା ସହ ସମାଜସେବା କ୍ଷେତ୍ର ରେ ମଧ୍ୟ ଦିଲେଶ୍ଵର ବାବୁ ଜଣେ ଜଣା ଶୁଣା ବ୍ୟକ୍ତିତ୍ୱ!ବର୍ତମାନ ch, ଦିଲେଶ୍ଵର ରେଡି ଓଡିଶା ରେଡି ସଂଘମ ର ସଭାପତି ରହିବା ସହ ତାଙ୍କ ପ୍ରଚେଷ୍ଟା ରେ ଗିରିଶଲା ଠାରେ ରିଜିନଲ ବିଜ୍ଞାନ ମହା ବିଦ୍ୟାଳୟ ପ୍ରତିଷ୍ଠା ସହ ବିଶ୍ୱନାଥପୁର ଠାରେ ଏକ ହାଇ ସ୍କୁଲ ର ପ୍ରତିଷ୍ଠା କରି ଅଞ୍ଚଳ ରେ ବେଶ ସୁନାମ କରିପାରିଛନ୍ତି!ଦିଲେଶ୍ଵର ବାବୁ ଏକା ଧାର ରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ବିଜେଡି ର ଜଣେ ବିଚକ୍ଷଣ ସଂଗଠକ ହେବା ସହ ନିଜର ଅମାୟିକ ବ୍ୟକ୍ତିତ୍ୱ ରେ ସମସ୍ତ ଙ୍କୁ ନିଜର କରି ପାରୁଥିବା ଜଣେ ବ୍ୟକ୍ତି!ଏହି ନିଯୁକ୍ତି ବା ଗୁରୁ ଦାୟିତ୍ୱ ମିଳିବା ପରେ ଆଜି ଗୋପାଳପୁର ରୁ ବିଜେଡି ପ୍ରାର୍ଥୀ ହୋଇଥିବା ବିକ୍ରମ କୁମାର ପଣ୍ଡା ଙ୍କ ସହ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଏବଂ ଜିଲ୍ଲା ର ବରିଷ୍ଠ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ଜଣାଇ ଥିଲେ!
Leave A Reply