ରଙ୍ଗେଈଲୁଣ୍ଡା!!!!ଦୀର୍ଘ ଦିନ ହେଲା ଦଳ ରେ ରହି ଜଣେ ଦୃଢ ସଂଗଠକ ଭାବେ ଏବଂ ଦଳ ର ଜଣେ ଶୃଙ୍ଖଳିତ ସଦସ୍ୟ ରୂପେ କାର୍ଯ୍ୟ ଭାର ଦାୟିତ୍ୱ ନେଇଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ସମାଜସେବୀ ଏମ. ରାମହରି ପାତ୍ର ଙ୍କୁ ଓଡିଶା ର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ବିଜେଡି ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି!ଉକ୍ତ ନିଯୁକ୍ତି ପରେ ନିର୍ବାଚନ ମଣ୍ଡଳୀ ରେ ଖୁସି ର ଲହରୀ ଖେଳିଯିବା ସହ ନବ ନିଯୁକ୍ତି ସମ୍ପାଦକ ଶ୍ରୀ ରାମହରି ପାତ୍ର ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି!ନିଜ ପ୍ରତିକ୍ରିୟା ରେ ରାମହରି ବାବୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁ ଦାୟିତ୍ୱ ଦେଇ ଥିବାରୁ ମୋର ଦାୟିତ୍ୱ ବଡ଼ିଯିବା ସହ ଦଳ କୁ ଆହୁରି ସଶକ୍ତ କରିବି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏବଂ ବିଜେଡି ର ବରିଷ୍ଠ ନେତୃତ୍ୱ ଯଥା ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଙ୍କ ସହ ବରିଷ୍ଠ ନେତା ମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ!