(ସୋରଡ଼ା ରୁ ମନୋରଞ୍ଜନ ଅଧିକାରୀ ସକାଳ ଖବର) : ଗଞ୍ଜାମ, ସୋରଡାର ଆରାଧ୍ଯ ରାଧ୍ୟ ଦେବୀ ମା କନ୍ଧୁଣି ଦେବୀଙ୍କ ଆଦ୍ୟ ସ୍ଥଳ ଗ୍ରାମ ତଥା ପଦରାଇଶୁଣିରେ ଅବସ୍ଥାପିତ ଶ୍ରୀଶ୍ରୀ ମା ଗ୍ରାମ ଦେବତୀ, ମା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ସପ୍ତାହ ଧରି ପଞ୍ଚମହାଯଜ୍ଞ ଅନୁଷ୍ଠିତ ହୋଇଛି। ଗ୍ରାମବାସୀଙ୍କ ଅକ୍ଲାନ୍ତ ପ୍ରଚେଷ୍ଟାରେ ତିନି ମାସର ସାଜସଜ୍ଜା ସହିତ ଯଜ୍ଞଓ ହୋମ କାର୍ଯ୍ୟକ୍ରମ ହିଞ୍ଜଳିକାଟୁର ସଂକର୍ଷଣ ପାଠୀ ଓ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ସୁମେଧା ପଣ୍ଡିତ ମାନଙ୍କ ଦ୍ବାରା ଚାଲୁରହିଛି। ଏହି ପୁରାତନ ମନ୍ଦିରର ଜୀର୍ଣ୍ଣଧାର ତଥା ବିଶ୍ୱଶାନ୍ତି ହୋମଯଜ୍ଞ ଚଳିତ ମାଘ ମାସ ଷଷ୍ଠୀ ତିଥ୍ ଠାରୁ ଆଠ ଦିନ ବ୍ୟାପି ବିଶ୍ୱଶାନ୍ତି ଅର୍ଥରେ ଗ୍ରାମରେ ଏକ ଶାନ୍ତି ପ୍ରତିଷ୍ଠା ହୋମ ହେବା ସହ ଅନ୍ତଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋ ଯଜ୍ଞ ଗ୍ରାମବାସୀଙ୍କ ସହଯୋଗରେ ହେଉଛି। ଗ୍ରାମ ସଭାପତି ଭୀମସେନ ପାତ୍ର, ଉପସଭାପତି ବିଧାନ ପାତ୍ର, ପଞ୍ଚାନନ ଗୌଡ଼, ସୁଶାନ୍ତ ଗୌଡ଼ଙ୍କ ଆୟୋଜନ କ୍ରମେ ଯଜ୍ଞ ଚାଲୁ ରହିଛି। ଥାନାଧିକାରୀ ଅନିଲ କୁମାର ପରିଡା ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଗ୍ରାମର ସନ୍ତୋଷ ଗୌଡ଼ ,ନିଳାଞ୍ଚଳ ପାତ୍ର, ବୁଲୁ କୁମାର ପାତ୍ର, ଭଜରାମ ଗୌଡ଼, ଦୀପକ କମାର ପାତ୍ର ଓ ଯୁବଗୋଷ୍ଠୀ ସହଯୋଗ କରିଛନ୍ତି ।