ବ୍ରହ୍ମପୁର : ସୋମବାର ଦିନ ସ୍ଥାନୀୟ ରେଭିନ୍ନୟୁ ଆ. ବି ସମ୍ଭିଳନୀ କକ୍ଷ ରେ ଗଞ୍ଜାମ ଜ଼ିଲ୍ଲା ଅସଂଗଠିତ ମଜଦୁର ସଂଘ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା l ସଙ୍ଘ ର ସଭାପତି ଡ଼. ଭବାନୀ ଶଙ୍କର ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ବିଭିନ୍ନ ଅସଂଗଠିତ କ୍ଷେତ୍ରର ଶତାଧିକ ମଜଦୁର ମାନେ ଯୋଗଦେଇଥିଲେ l ଏହି ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୋଠାବାଡ଼ି ନିର୍ମାଣ ମଜଦୁର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବସନ୍ତ ସାହୁ ଯୋଗଦେଇ ଦୀପ ପ୍ରଜ୍ୟୋଳନ କରିଥିଲେ l ଭାରତୀୟ ମଜଦୁର ସଙ୍ଘର ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ ସନ୍ନମାନୀତ ଅତିଥି ରୂପେ ଯୋଗ ଦେଇଥିଲେ l ସଭାପତି ସମସ୍ତ ଅତିଥିମାନଙ୍କୁ ପରିଚୟ ପ୍ରଦାନ ସହିତ ଉପଢୌକନ ଦେଇ ସନ୍ନମାନୀତ କରିଥିଲେ l ଏହି ଅବସର ରେ ଜ଼ିଲ୍ଲା ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ ସମସ୍ତ ଅସଂଗଠିତ ମଜଦୁର ମାନଙ୍କୁ ସଂଗଠିତ ହେବl ପାଇଁ ଆହ୍ୱାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଶ୍ରୀ ବସନ୍ତ ସାହୁ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ବିଭିନ୍ନ ଶ୍ରମିକ ହିତ ଯୋଜନା ଗୁଡିକ ବିଷୟରେ ତଥ୍ୟ ସଂଗ୍ରହ କରି ତାହାର ସୁବିଧା ସୁଯୋଗ ନେବା ପାଇଁ ଅଣ ସଂଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକ ମାନଙ୍କ ବୟସ ସୀମା 65 କରିବା ପାଇଁ ସଭାରେ ପ୍ରସ୍ତାବ ଦେଇଥିଲେ l ସମସ୍ତ ସରକାରୀ ସୁବିଧା ଶ୍ରମିକ ମାନଙ୍କୁ ପ୍ରଦାନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯିବl ସହିତ ଆଗାମୀ ଦିନରେ ଆନ୍ଦୋଳନ କରାଯିବl ପାଇଁ ଶ୍ରୀ ବସନ୍ତ କୁମାର ସାହୁ ଆହ୍ୱାନ କରିଥିଲେ l ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଦାନ କରା ଯାଉଛି। ଏହି ନିର୍ମାଣ ଶ୍ରମିକ ମାନେ ସବୁବେଳେ ଏହି ଯୋଜନା ଉପରେ ଅଜ୍ଞ ଥିବା ବେଳେ ସେମାନଙ୍କୁ ଏହି ଯୋଜନା ଗୁଡ଼ିକରେ ଅବହେଳିତ କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କୁ ଏଥିରେ ସାମିଲ କରିବା ସହିତ ସେମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରି ଆସୁଛି ଏହି ଶ୍ରମିକ ସଂଗଠନ। ରାଜ୍ୟ ରେ ହେଉ ବା ରାଜ୍ୟ ବାହାରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କୁ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ବହୁ ସଂକ୍ଷକ ଶ୍ରମିକ ଦାଦନ ଖଟିବା ପାଇଁ ଯାନ୍ତି l ଜଣେ ଦାଦନ ଶ୍ରମିକର ବାହାର ଦେଶରେ ମୃତ୍ୟୁ ହେଲେ ବି ତାର ପରିବାର ଲୋକ ସଚେତନତା ଅଭାବରୁ ମୃତ୍ୟୁ କାଳୀନ ସହାୟତା ରୁ ବଞ୍ଚିତ ହେଉଛନ୍ତି l
ଏହି ନିର୍ମାଣ ଶ୍ରମିକ ମାନଙ୍କୁ ଝିଅ ବାହାଘର, ଗୃହ ନିର୍ମାଣ, ପିଲାଙ୍କ ଶିକ୍ଷା ସହାୟତା ସହିତ ଦୁର୍ଘଟଣା ରେ ମୃତ୍ୟୁ ହେଉ ବା ସାଧାରଣ ମୃତ୍ୟୁ ପରେ ସରକାରଙ୍କ ସହାୟତା ପ୍ରଦାନ କରାଯାଉଛି। ତାପ୍ରତି ସେମାନେ ଅତି ଅଜ୍ଞ। ସେମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଏହି ସଂଗଠନ ମାଧ୍ୟମରେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ। ପ୍ରକୃତ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କୁ ରାଜନୈତିକ ଦଳର କୁଜି ନେତାମାନେ ଭୋଟ ପାଇବା ଆଶାରେ ସେମାନଙ୍କୁ ଯୋଜନା ଗୁଡିକ ଉପରେ ସଚେତନ ନକରାଇ ସେମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇ ଭୂଆ ବୁଲାଉଛନ୍ତି ବୋଲି ଉପସ୍ଥିତ ଶ୍ରମିକ ମାନଙ୍କ ଆଗରେ ମତବ୍ୟକ୍ତ କରିଥିଲେ। ଶ୍ରମିକ ସଂଗଠନ ରାଜ୍ୟ ସହିତ କେନ୍ଦ୍ର ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛି। ସମସ୍ତ ଶ୍ରମିକ ମାନେ ଏଥିପାଇଁ ସଚେତନ କରାଇବା ଜରୁରୀ ବୋଲି ସେ କହିଛନ୍ତି।ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲା ଅସଂଗଠିତ ମଜଦୁର ସଂଘର ନୂତନ କମିଟି ଘୋଷଣା କରାଯାଇଥିଲା ଜ଼ିଲ୍ଲା ସଭାପତି ଭାବେ- ଡ଼. ଭବାନୀ ଶଙ୍କର ଦାସ, ଉପସଭାପତି- ଅର୍ଜୁନ କୁମାର ବେହେରା, ପ୍ରସନ୍ନ ଛୋଟରାୟ ସମ୍ପାଦକ- ଚପଳା ନାୟକ ସହ ସମ୍ପାଦକ – ଜଗନ୍ନାଥ ରାଉଳ, ବସନ୍ତ କୁମାର ବିଶ୍ୱାସ ରାୟ, କୋଷାଧକ୍ଷ- ନୀଳାଞ୍ଚଳ ପଣ୍ଡା, ଗୋପାଳ କୃଷ୍ଣ ସ୍ୱାଇଁ, କିଶୋର ଚନ୍ଦ୍ରଗୌଡ଼, କ. ନଦିୟା ରାଣୀ, ଶିଶିର ଚନ୍ଦ୍ର ଗୌଡ଼, ସୀମାଚଳ ସାହୁ, ସୀତାରାମ ପ୍ରଧାନଙ୍କୁ ଘୋଷଣା କରାଯାଇଥିଲା l ସଭା ଶେଷରେ ସଙ୍ଘର ଜ଼ିଲ୍ଲା ସଂଗଠନ ସଂପାଦକ ଶ୍ରୀ ଅର୍ଜୁନ ବେହେରା ସମସ୍ତ ଅତିଥି, କାଯ୍ୟକର୍ତ୍ତା ଏବଂ ମଜଦୁର ମାନଙ୍କୁ ଧନ୍ୟବାଦ ଦେଇ ସଭା ସମାରପ କରିଥିଲେ l ଏହି କାଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ରମେଶ ଦାଶ, ଅମୂଜ ଚରଣ ସାହୁ, ସରସ୍ବତୀ ରେଡି, ଚପଳା ନାୟକ, ମଞ୍ଜୁବାଳା ପାଣିଗ୍ରାହୀ, ପ୍ରସନ୍ନ ଛୋଟରାୟ, ଜଗନ୍ନାଥ ରାଉଳ, ଗୋପାଳ କୃଷ୍ଣ ସ୍ୱାଇଁ, ସିମାଞ୍ଚଳ ସାହୁ, ସୀତାରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l