ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଡୁରା ସମାଜ କଲ୍ୟାଣ ପରିଷଦ ର ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ରଙ୍ଗୁଣି ବନ୍ଧ ସାହି ସ୍ଥିତ ଖଡୁରା କଲ୍ୟାଣି ମଣ୍ଡପ ଠାରେ ବ୍ରହ୍ମପୁର ମହାନଗର ନିଗମ ର ପେଣ୍ଠ ସଭାପତି ଚନ୍ଦ୍ର ଶେଖର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦ ଗଞ୍ଜାମ ଜିଲ୍ଲା ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ପେଣ୍ଠ ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ସମ୍ମିଳନୀରେ ଖଡୁରା ସମାଜର ବିକାଶ, ସମସ୍ତଙ୍କୁ ଏକତ୍ରିତ କରି ରଖିବା ସହିତ ବିଭିନ୍ନ ଜନ କଲ୍ୟାଣ ପ୍ରସଙ୍ଗ ଆଲୋଚନା କରାଯାଇ ଥିଲା। ୧୯୮୧ ମସିହାରେ ପୁରୁଷୋତ୍ତମପୁର ନିକଟସ୍ଥ ପ୍ରତାପୁର ଗ୍ରାମ ସ୍ଥିତ ତୁମ୍ବେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା। ତେଣୁ ପୁଣି ଥରେ ତାକୁ ସ୍ମୃତି ଚାରଣ କରିବା ପାଇଁ ସେଠାରେ ସଂଘ ପକ୍ଷରୁ ଆୟୋଜନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ବିବରଣୀ ପାଠ କରିଥିଲେ। ନାଟ୍ୟକାର ତ୍ରୀପତୀ ନାୟକ,ଅଜୟ କୁମାର ନାୟକ, ସୂର୍ଯ୍ୟ ନାରାୟଣ ଦାସ, ଅଶୋକ କୁମାର ନାୟକଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ସହଯୋଗ କରିଥିଲେ।