ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ୧୯୯୩-୯୪ ଶିକ୍ଷାବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଏକ ଭବ୍ୟ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଐତିହାସିକ ପୀଠସ୍ଥଳ ତଥା ଭଞ୍ଜ ପୀଠ “ମା’ ଶାଙ୍କୁଳାଈ” ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ବରିଷ୍ଠ ପ୍ରାଧ୍ୟାପକ କାମେଶ୍ୱର ବେହରା, ପ୍ରାଧ୍ୟାପକ ବିଭୁତି ଭୁଷଣ ବେବର୍ତ୍ତା ଅତିଥି ଭାବେ ଯୋଗଦେଇ ଥିବାବେଳେ ଛାତ୍ର ଅମୀୟ କୁମାର ଖଡଙ୍ଗା,କେ.ରାମେଶ୍ବର ପାତ୍ର, ଶ୍ରୀକାନ୍ତ ଗୁରୁ, ନରେନ୍ଦ୍ର ପ୍ରସାଦ ପଣ୍ଡା, ଗଗନ ପାତ୍ର, ବୁଲୁ ମହାରଣା, ବିରେନ୍ଦ୍ର କୁମାର ଭଞ୍ଜଦେଓ ଛାତ୍ରୀ ମମତା ଷଢଙ୍ଗୀ, କବିତା ମିଶ୍ର, ଜୟନ୍ତୀ ପ୍ରଧାନ, ପତିମା ଦାସ, ସ୍ନିଗ୍ଧା ମିଶ୍ର, ବବିତା ଭୋଳ, ଅନିତା ପାତ୍ର, ପ୍ରମୁଖ ଯୋଗଦେଇ ଗୁରୁ ପୂଜନ କରିବା ସହ ନିଜ ନିଜର ମହାବିଦ୍ୟାଳୟ ସ୍ତରୀୟ ଅନୁଭୁତି ବର୍ଣ୍ଣନା କରିଥିଲେ ଶେଷରେ ନରେନ୍ଦ୍ର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।
ବୁଗୁଡ଼ା ରୁ ଗଞ୍ଜାମ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର
