ସାକ୍ଷୀଗୋପାଳ : ସତ୍ୟବାଦୀରେ ନେହେରୁ ଯୁବ କେନ୍ଦ୍ର , ପୁରୀ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକର୍ମ ଓ ଅମୃତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସତ୍ୟବାଦୀ କୃଷକ ଉତ୍ପାଦକ ସଂଗଠନର ସହଯୋଗରେ ଶତାଧିକ ଯୁବତୀ, ଯୁବକ, ଛାତ୍ରଛାତ୍ରୀ ଓ ମହିଳା ଯୋଗ ଦେଇ ସ୍ଥାନୀୟ ଅଳଗୁମର ମା ‘ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ସହିଦ ଦେବାଶିଷ ବିଶ୍ଵାଳଙ୍କ ଜନ୍ମମାଟି ଖଣ୍ଡାୟତ ସାହି ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରି ଅଳଗୁମର ବିଭିନ୍ନ ସ୍ଥାନ ପରିକ୍ରମା କରି ନିକଟରେ ସହିଦ ହୋଇଥିବା ଦେବାଶିଷ ବିଶ୍ଵାଳଙ୍କ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା। ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗ୍ରାମରୁ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରୁ ମାଟି , ଶ୍ରୀରାମଚନ୍ଦ୍ରପୁର ଗ୍ରାମରୁ ନୀଳକଣ୍ଠ ଦାସ ଓ ଆଚାର୍ଯ୍ୟ ହରିହରଙ୍କ ଠାରୁ ମାଟି , ବାକୁଲବନ ପଞ୍ଚସଖା ପୀଠରୁ ମାଟି ଏବଂ କର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଶ୍ୟାମସୁନ୍ଦର ବାରିକଙ୍କ ଜନ୍ମମାଟିରୁ ମାଟି ସଂଗ୍ରହ କରି ଦେବାଶିଷ ବିଶ୍ଵାଳଙ୍କ ଜନ୍ମମାଟି ସଂଗ୍ରହ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଯୋଷୀ, ସତ୍ୟବାଦୀ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ , ସତ୍ୟବାଦୀ କୃଷକ ଉତ୍ପାଦକ ସଂଗଠନର ମୁଖ୍ୟ ସନ୍ଧ୍ୟାରାଣୀ ମହାନ୍ତି, ଦେବାଶିଷ ବିଶ୍ଵାଳଙ୍କ ଜେଜେ ବାପା ଶଶିକାନ୍ତ ବିଶ୍ଵାଳ , କୁଳମଣି ବିଶ୍ଵାଳ , ଧିରଞ୍ଜନ ବିଶ୍ଵାଳ, ପର୍ଶୁରାମ ବିଶ୍ଵାଳ , ଏବଂ ସରକାରଙ୍କ ଡାକ ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତାଙ୍କ ସମେତ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ତୁଷାରକାନ୍ତି ନାଥ ଏବଂ ଖଣ୍ଡାୟତସାହିର ସମସ୍ତ ଗ୍ରାମବାସୀବୃନ୍ଦ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ଗାଁ ପଞ୍ଚାୟତରୁ ଦେବାଳୟ, ସହିଦ ଜବାନଙ୍କ ଘରୁ ମାଟି ଓ ତୁଳସୀ ଚଉରାରୁ ମାଟି ସଂଗ୍ରହ କରି ପ୍ରଥମେ ବ୍ଲକ୍ ପରେ ଜିଲ୍ଲା ଏବଂ ରାଜ୍ୟ ଦେଇ ଦିଲ୍ଲୀରେ ପହଞ୍ଚାଇବା ପରେ ଦିଲ୍ଲୀ ଠାରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକାରେ ଲଗାଯିବ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥିମାନଙ୍କୁ ଏବଂ ଦୁଇଜଣ ସହିଦଙ୍କ ପରିବାରକୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ପରିଶେଷରେ ଯଯାତି କେଶରୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।