ଗଞ୍ଜାମ :8/1 : ରମ୍ଭା ଥାନା, ହୁମ୍ମା ଫାଣ୍ଡି ଇଲାକାରେ ଜିରୋ ନାଇଟ ରେ ନିଜ ସ୍ତ୍ରୀଙ୍କୁ ପିଟିପିଟି ମାରି ଦେଇଥିବା ମୟୁରପଦା ଗ୍ରାମର ଅଭିଯୁକ୍ତ ସ୍ୱାମୀ ସି ଏଚ.ଲକ୍ଷ୍ମଣ ରେଡ଼ିଙ୍କୁ ହୁମ୍ମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ଜିରୋ ନାଇଟ ପାଳନ କରିବାକୁ ସ୍ତ୍ରୀ ଜାନକୀଙ୍କୁ ପଇସା ମାଗିଥିଲେ l ନ ଦେବାରୁ ଶେଷରେ ଜୀବନରେ ମାରି ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ ପାଳନ କରିଥିଲେ l ଘଟଣା ଜଣା ପଡିବା ପରେ ମୃତ ଜାନକୀକୁ ଛତ୍ରପୁର ମେଡିକାଲ ନେଇଥିଲେ l ପୂର୍ବରୁ ମରିଯାଇଥିବା ଡାକ୍ତର ଜାଣି ପାରି ହୁମ୍ମା ଫାଣ୍ଡି ପୋଲିସ କୁ ଖବର ଦେବା ପରେ ଖୋଳ ତାଡ଼ ଆରମ୍ଭ କରିଥିଲା ପୋଲିସ l ସେ ସମୟରେ ଉକ୍ତ ଘଟଣା ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଥିଲା l