ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଉତର ପ୍ରଦେଶର କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଥିବା ଶିବଲି ଡନ ତଥା ମୋଷ୍ଟ ୱାଟେଂଡ୍ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜୟନୀରେ ଧରା ହେବାର ୨୪ଘଂଟା ନପୁରୁଣୁ ପୋଲିସ ଗୁଳିରେ ମୃତୁ୍ୟବରଣ କରିଛି । ବିକାଶର ମୃତୁ୍ୟ ସହ ଉତରପ୍ରଦେଶରେ ଅପରାଧର ଏକ ଯୁଗର ଅନ୍ତ ଘଟିଛି ସତ ମାତ୍ର ତା’ର ମୃତୁ୍ୟ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଏବେ ତାହାହିଁ ହୋଇଛି । ଯେଉଁଭଳି ପରିସ୍ଥିତିରେ ପୋଲିସ ଏନକାଉଟଂରରେ ତା’ର ମୃତୁ୍ୟ ଘଟିଛି, ପାରିପାଶ୍ୱିର୍କ ସ୍ଥିତିରୁ ସନେ୍ଦହ ହେବା ସ୍ୱାଭାବିକ । ୨୪ଘଂଟା ପୂର୍ବରୁ ସ୍ୱଇଚ୍ଛାରେ ଧରା ଦେବା ଏବଂ ପୋଲିସ ଗୁଳିରେ ମରିବାକୁ ଚାହୁଁନଥିବା କହୁଥିବା ବିକାଶ ବାଟରେ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଗୁଳି କରିବାକୁ ବାଧ୍ୟ ହୋଇଥିଲା ବୋଲି କୁହାଯାଇଛି ।
କହିବା ବାହୁଲ୍ୟ ଯେ, ବିକାଶର ଅନ୍ତସହ ବହୁ ଗୋପନୀୟ ତଥ୍ୟ ମଧ୍ୟ ସବୁଦିନ ପାଇଁ ଅପ୍ରକାଶିତ ହୋଇଯିବ । ଆମେ ଏହା ଏଠାରେ ଉଲ୍ଲେଖ କରିଛୁ ଏଇଥିପାଇଁ ଯେ, ଆମ ଦେଶରେ ଗ୍ୟାଙ୍ଗଷ୍ଟାର -ରାଜନେତା-ପୋଲିସ ସଂପର୍କ ବା ମଧୁଚନ୍ଦି୍ରକା କିଛି ନୂଆ ନୁହେଁ । କୁଖ୍ୟାତ ଅପରାଧିଙ୍କୁ ସୃଷ୍ଟି କରିବା, ଛତ୍ରଛାୟା ତଳେ ଆଶ୍ରୟ ଦେବା, ସମୟ ସୁଯୋଗ ଦେଖି ସେମାନଙ୍କୁ ବ୍ୟବହାର କରିବା ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ଏନକାଉଟଂରରେ ନିପାତ କରିବା ଭାରତୀୟ ରାଜନୀତିରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଉତରପ୍ରଦେଶ ଓ ବିହାରରେ ଗୁଣା ସଂସ୍କୃତି ବୋଧହୁଏ କାହାରିକୁ ଅଛପା ନାହିିଁ । ଯେଉଁମାନଙ୍କୁ ବାହୁବଳୀ କୁହାଯାଏ । ଅପରାଧ ପୃଷ୍ଟଭୂମିରୁ ରାଜନୀତିକୁ ଆସି ଲୋକପ୍ରତିନିଧି ହୋଇଥିବା ନେତାମାନଙ୍କର ଅଭାବ ଆମ ଦେଶରେ ନାହିଁ । ତେବେ ସେମାନଙ୍କର ଅପରାଧର ସାମାଜ୍ର୍ୟ କେବଳ ପୋଲିସ ଏବଂ ରାଜନେତାଙ୍କ ସହଯୋଗରେ କରିଥାନ୍ତି । ଦୁବେ ହେଉଛି, ତା’ର ଏକ ଜ୍ୱଳନ୍ତ ଉଦାହରଣ । ଦୁବେ ସହ ସଂପର୍କ ରଖିଥିବା ଅଭଯୋଗରେ ଉତରପ୍ରଦେଶ ପୋଲିସ ୨ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ୨୦୦ ପୋଲିସଙ୍କୁ ଅଟକ ରଖି ଜେରା କରୁଛି । ପୋଲିସ ଠାରୁ ଆଗୁଆ ସୂଚନା ପାଇଁ ବାରମ୍ବାର ସେ ଖସିଯିବାକୁ ସମର୍ଥ ହୋଇଥିବା ବେଳେ ତା ନିଜ ଗ୍ରାମ ନିକଟରେ ସୁଚିନ୍ତିତ ଭାବେ ଗୁଳି କରି ହତ୍ୟା କରିବା ତା’ ନାରକୀୟ ଅପରାଧର ଆଉ ଏକ ପୃଷ୍ଠା ।
କେବଳ ଏତିକି ନୁହେଁ କାନପୁର ଘଟଣା ପରେ ପୋଲିସ ଏନକାଉଟଂରରେ ତା’ର ୫ଜଣ ସହଯୋଗୀଙ୍କର ମୃତୁ୍ୟ ଘଟିଥିବା ବେଳେ ସେ ତିନୋଟି ରାଜ୍ୟପାର ହୋଇ ଉଜୟନୀକୁ ଯିବାରେ ସମର୍ଥ ହୋଇଛି । ଏପରିକି କୋଭିଡ୍ କଟକଣା କଡାକଡି ଥିବାବେଳେ ପୋଲିସ ଦ୍ୱାରା ପ୍ରଦତ ଅନୁମତି ପତ୍ର ଧରି ସେ ରାଜ୍ୟ ବାହାରକୁ ଚାଲିଯାଇଥିବା କୁହାଯାଇଛି । ସେହିପରି ଦୁବେର ରାଜନୈତିକ ଲିଙ୍କ୍ ମଧ୍ୟ କିଛି କମ୍ ନୁହେଁ । ପୋଲିସ-ରାଜନେତାଙ୍କ ଆର୍ଶୀବାଦ, ସହଯୋଗରେ ଗତ ୩୦ବର୍ଷ ଧରି ସେ ତା’ର ଅପରାଧ ସାମାଜ୍ର୍ୟ ବିସ୍ତାର କରି ଆସିଥିଲା । ତା ବିରୁଦ୍ଧରେ ୬୦ରୁ ଉଦ୍ଧ୍ୱର୍ ହତ୍ୟା, ଅପହରଣ, ଦାଦାବଟି ଆଦାୟ, ଏବଂ ଅନ୍ୟାନ୍ୟ ହିଂସାକାଣ୍ଡ ମାମଲା ଥିବାବେଳେ ସେ ନିର୍ଭୟରେ ଅପରାଧ ପରେ ଅପରାଧ ଘଟାଇ ଚାଲିଥିଲା କିପରି? ତା’ର ଅପରାଧ ସାମାଜ୍ର୍ୟ ଏତେ ଘୃଣିତ, କଳଙ୍କିତ ଥିଲା ଯେ, ତା’ର ମା ଜନ୍ମଦାତ୍ରୀ ମା’ ମଧ୍ୟ ପୁଅକୁ ଗୁଳି କରିଦେବା ପାଇଁ କହିଥିବାବେଳେ ମୃତୁ୍ୟ ପରେ ଦେଖିବାକୁ ଯାଇନଥିଲା । ଉଲ୍ଲେଖଯୋଗ୍ୟ ଯେ, ଉତରପ୍ରଦେଶ, ବିହାରରେ ଦଶନ୍ଧି ଦଶନ୍ଧି ଧରି ଗୁଣ୍ଡା ସଂସ୍କୃତି ରାଜନୈତିକ ଶୋଭାରେ ପରିଣତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟ ନାଥ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟକୁ ଅପରାଧି ମୁକ୍ତ କରିବା ପାଇଁ ଘୋଷଣା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ଗତ ଦୁଇ ବର୍ଷରେ ଉତରପ୍ରଦେଶରେ ୫୧୭୮ଟି ଏନକାଉଟଂର ଘଟଣାରେ ୧୦୩ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ, ୧୭,୭୪୫ ଜଣ ଅପରାଧି ଆତ୍ମସମର୍ପଣ କରିଥିବା କୁହାଯାଇଛି । ତେବେ ପଶ୍ନ ଉଠୁଛି ୬୦ରୁ ଉଦ୍ଧ୍ୱର୍ ଜଘନ୍ୟ ଅପରାଧରେ ଜଡିତ ବିକାଶ ଦୁବେ କିମ୍ବା ତା’ର ଗ୍ୟାଙ୍ଗକୁ ପୋଲିସ ଠାବ କରିପାରିଲା ନାହିଁ । ଏହା ନିଶ୍ଚିତ ଯେ, ରାଜନୈତିକ ଆଶିର୍ବାଦ-ପୋଲିସ ସହ ମଧୁଚନ୍ଦି୍ରିକା ବିନା କୌଣସି ଅପରାଧି ବା ଗ୍ୟାଙ୍ଗଷ୍ଟାର ବେଶୀ ଦିନ ତିଷ୍ଠି ପାରିବ ନାହିଁ । ଦୁବେ ଯଦି ଜୀବିତ ଥାନ୍ତା ପାଟି ଖୋଲିଥିଲେ ତା’ର ରାଜନୈତିକ ସଂପର୍କ, ସରକାରରେ ଥିବା ବ୍ୟକ୍ତିବିଶେଷ ଓ ନେତାଙ୍କ ସହଯୋଗ ସୂତ୍ର, ପୋଲିସ ଅଧିକାରୀଙ୍କ ନାମ ସବୁ କିଛି ପ୍ରଘଟ ହୋଇଥାନ୍ତା । ଏପରିକି ସେ ପାଟି ଖୋଲିଥିଲେ ସରକାରରର ସ୍ଥିତି ଅସମ୍ଭାଳ ହୋଇପଡ଼ିଥାନ୍ତା । ତେବେ ଏନକାଉଟଂର ପଛରେ ସରକାରୀ ସ୍ୱୀକୃତିକୁ ଅସ୍ୱୀକାର କରାଯାଇନପାରେ । ଏହା ନିଶ୍ଚିତ ଯେ, ୮ଜଣ ପୋଲିସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦୁବେ, ଯଦି ଧରାପଡେ ତାକୁ ମିଥ୍ୟା ଏନକାଉଟଂରରେ ହତ୍ୟା କରାଯାଇପାରେ ବୋଲି ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ହିଁ ହୋଇଛି । ତେବେ ଦୁବେ ଖସି ପଳାଇବାକୁ ଉଦ୍ୟମ କରିଥିଲା କି ନାହିଁ, କିମ୍ବା ପୋଲିସ ମିଥ୍ୟା ଏନକାଉଟଂରରେ ତାକୁ ହତ୍ୟା କରିଛି, ତଦନ୍ତ ହେବା ଜରୁରୀ । ମାନବାଧିକାର କମିଶନ ନିଜ ଆଡୁ ପଦକ୍ଷେପ ନେବେ କେବାଲି ଆଶ କରାଯାଏ ।