ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ପାଟବେରଣା ଗ୍ରାମରେ କଙ୍ଗାରୁ କୋର୍ଟ ର ନିଷ୍ପତି ର ଶିକାର ହୋଇ କଣ୍ଟାତାର ଘେରା ବନ୍ଦୀହୋଇ ଦୀର୍ଘ ୪ଦିନ ଧରି ଉପବାସରେ ରହିଲେଣି ବାବା ବେଲେଶ୍ୱର ଦେବ । ଯାହାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ଜଣା ପଡିଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଣପୁର ତହସିଲ୍ ଅନ୍ତର୍ଗତ ପାଟବେରଣା ଗ୍ରାମରେ । ସେହି ଗ୍ରାମରେ ଦୀର୍ଘ ୨୫ବର୍ଷରୁ ଉଦ୍ଧ୍ୱର୍ଦିନ ଧରି ଦେବତ୍ତୋର ବିଭାଗ ଯାଗାରେ ବାବା ବେଲେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇ ନୀତିକାନ୍ତି ସହ ପୂଜା ପାଇ ଆସୁଥିଲା ବେଳେ ଉକ୍ତ ଯାଗାଟି ଲେଖନପୁର ଗ୍ରାମର ମାର୍ଫତ୍ଦାର ନିଳକଣ୍ଠେଶ୍ୱର ଦେବଙ୍କ ମାଲିକାନାରେ ରହିଅଛି ।
ଯାହାକୁ ନେଇ କିଛିଦିନ ତଳେ ଲେଖନପୁର ଗ୍ରାମରେ ଗ୍ରାମସଭା ବସି ସେହି ଯାଗା ବାବଦକୁ ୫ଲକ୍ଷ ଟଙ୍କା ଦେବାପାଇଁ ପାଟବେରଣା ଗ୍ରାମବାସୀଙ୍କୁ ଦାବି କରିଥିଲେ । କିନ୍ତୁ ତାହା ଦେବତ୍ତୋର ଯାଗା ହୋଇଥିବାରୁ ଯାହାର ମୁଖ୍ୟ ରଣପୁର ତହସିଲ୍ଦାର ଅଛନ୍ତି । ତେଣୁ ସେହି ଯାଗା ବାବଦକୁ ପଇସା ଦେବାକୁ ପାଟବେରଣା ଗ୍ରାମବାସୀ ମନା କରିଥିଲେ । ଯାହା ଫଳରେ ଲେଖନପୁର ଗ୍ରାମବାସୀ ସେହି ଗ୍ରାମର ନିଳକଣ୍ଠେଶ୍ୱର ଙ୍କ ମାଲିକାନାରେ ଥିବା ପାଟବେରଣା ଗ୍ରାମର ବାବା ବେଲେଶ୍ୱରଙ୍କ ମନ୍ଦିରରେ ପହଁଚି କଣ୍ଟାତାର ରେ ସିମେଣ୍ଟ ପିଲର୍ ଦେଇ ମନ୍ଦିର ଚତୁଃର୍ପାଶ୍ୱର୍କୁ ବନ୍ଦୀ କରି ଦେଇଛନ୍ତି । ଶେଷରେ ଦୀର୍ଘ ୪ଦିନ ଧରି ମହାଦେବ ବେଲେଶ୍ୱର ବନ୍ଦୀ ହୋଇ ରହିବା ସହ ଉପବାସ ରେ ଅଛନ୍ତି ଏବଂ ସେହି ଗ୍ରାମରେ ଥିବା ତାରିଣୀ ମନ୍ଦିରକୁ ମଧ୍ୟ କଣ୍ଟାତାର ଦେଇ ଆବଦ୍ଧ କରିଥିବା ଜଣା ପଡିଛି । ତେବେ ଏ ନେଇ ୨ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ପାଟବେରଣା ଗ୍ରାମବାସୀ ଏ ସମ୍ପର୍କେ ରଣପୁର ଦେବତ୍ତୋର ବିଭାଗର ମୁଖ୍ୟ ତହସିଲ୍ଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସ ଆସୁ ସମାଧାନ ହୋଇ ନଥିବା ଜଣା ପଡିଛି ।