Odisha news

ଲାଲ ବାଗ ରାଜା କାହିଁକି ଗଣେଶ ଉତ୍ସବ ରେ ଭାରତ ପ୍ରସିଦ୍ଧ କଣ ରହିଛି ଏହା ପଛର କାରଣ

0

ଗଣେଶ ଉତ୍ସବ ମହାରାଷ୍ଟ୍ର ରାଜ୍ୟ ର ଗୋଟିଏ ବଡ଼ ଉତ୍ସବ l ଭାରତର ସମସ୍ତ ସ୍ଥାନରେ ପାଳନ ହୋଇଥିଲେ ମଧ୍ୟ ବସେଶ ଭାବରେ ମହାରାଷ୍ଟ୍ର ରାଜ୍ୟ ରେ ଖୁବ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଥାଏ l ବିଶେଷ ଭାବେ ଦେଖିବାକୁ ଗଲେ ମୁମ୍ବାଇ ସହରରେ ଗଣେଶ ଉତ୍ସବ ଧୂମଧାମ ରେ ପାଳିତ ହୋଇଥାଏ l

ଗଣେଶ ଉତ୍ସବ ରେ ମୁମ୍ବାଇର ଲାଲବାଗ ରାଜା ଦେଶର ପ୍ରସିଦ୍ଧ ଗଣେଶ ପେଣ୍ଡାଲ ଅଟେ l କେବଳ ଦେଶ ନୁହେଁ ବିଦେଶ ରୁ ମଧ୍ୟ ଅନେକ ଲୋକେ ତାଙ୍କ ଦର୍ଶନ ପାଇଁ ଆସି ଥାଆନ୍ତି l ତାଙ୍କୁ ଇଚ୍ଛା ପୂର୍ଣ କରୁଥିବା ରାଜା ମଧ୍ୟ କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ମନର ଇଛା ପୂର୍ଣ୍ଣ ହୋଇଥାଏ l

ଚଳିତ ଥର ଲାଲବାଗ ରାଜା ଙ୍କ ଛତ୍ରପତି ଶିବାଜୀ ଙ୍କ ରାଜାଭିଷେଖ ବେଶ ରଖା ଯାଇଛି l ଗଣପତି ଙ୍କୁ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧା ଯାଇଛି l ଏହା ୯୦ ତମ ବର୍ଷ ଅଟେ l ଏଠାରେ ଗଣପତି ଙ୍କ ମୂର୍ତ୍ତି ର ଉଚତା ୧୮-୨୦ ଫୁଟ ପାଖା ପାଖି ହେବ l

ଲଲବାଗ ରାଜା ଙ୍କ ପେଣ୍ଡାଲ ୧୯୩୪ ରେ ସ୍ଥାପନା ହୋଇଥିଲା l ଏହା ଦକ୍ଷୀଣ ମୁମ୍ବାଇ ର ପରେଲ ଅଞ୍ଚଳ ରେ ଅବସ୍ଥିତ l ଏଠାରେ ପ୍ରତିବର୍ଷ ଗଣପତି ଙ୍କ ମୂର୍ତ୍ତି ପାଇଁ କୋଟି କୋଟି ଟଙ୍କାର ବିୀମା କରାଯାଇ ଥାଏ l

ବ୍ରିଟିଶ ଶାସନ ବିରୁଧ ରେ ଜାଗରଣ ଆଣିବା ପାଇଁ ଲୋକମାନ୍ୟ ତିଳକ ସାର୍ବଜନୀନ ଗଣେଶ ପୂଜାର ଆରମ୍ଭ କରିଥିଲେ l

Leave A Reply