Odisha news

ପାକିସ୍ତାନ ତ କାଙ୍ଗାଳ, ପୁଣି ଆତଙ୍କବାଦୀଙ୍କ ନିକଟକୁ କିପରି ଆସୁଛି ପଇସା ? କଣ ରହିଛି ଏହି ଟେରର ଫଣ୍ଡିଙ୍ଗ ପଛର ରହସ୍ୟ

0
ନୂଆଦିଲ୍ଲୀ : ପାକିସ୍ତାନ ର ଅର୍ଥବ୍ୟବସ୍ଥା କେଉଁ ସ୍ଥିତିରେ ରହିଛି ତାହା କାହାକୁ ଅଛପା ନାହିଁ l ଯେଉଁଠି ପାକିସ୍ତାନୀ ସରକାରୀ କର୍ମଚାରୀ ନିଜ ଷ୍ଟାଫ ଙ୍କୁ ମାସ ମାସ ଧରି ଦରମା ଦେଇ ପାରୁ ନାହାନ୍ତି, ଦରଦାମ ଆକାଶ ଛୁଆଁ, ବିଶ୍ବବ୍ୟାଙ୍କ ରୁ ଆଣିଥିବା ଋଣ ବୋଝ କୁ ମୁଣ୍ଡାଇ ବସିଛି l କିନ୍ତୁ ଏସବୁ ସତ୍ୱେ ସେଠାରେ ଯଦି କିଛି ସୁରୁଖୁରୁ ରେ ଚାଲିଛି ତାହା ହେଉଛି ଆତଙ୍କବାଦ, ଟେରର ଫଣ୍ଡିଙ୍ଗ, ଟେରର ଇନ୍ଫ୍ରାଷ୍ଟ୍ରକ୍ଚର l ତା ଉପରେ କଦାପି କୌଣସି ଆଞ୍ଚ ଆସିନାହିଁ l ଜାମୁ କାଶ୍ମୀର ର ଅନନ୍ତନାଗ ରେ ଆତଙ୍କବାଦୀ ସହିତ ଗୁଳି ବିନିମୟ ରେ ସେନାର କର୍ଣ୍ଣାଲ,  ମେଜର ଓ ଜାମୁ କାଶ୍ମୀର ପୋଲିସ ସହିଦ ହେବା ପରେ ରକ୍ଷା ବିଭାଗ ଏହାକୁ ନେଇ ଚିନ୍ତରେ ରହିଛି ଓ ମନରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ ତ କାଙ୍ଗାଳ କିନ୍ତୁ ଆତଙ୍କବାଦୀ ଙ୍କୁ ପଇସା ଦେବା ପାଇଁ ତା ନିକଟ ରେ ପଇସା କେଉଁଠୁ ଆସୁଛି l
ଟେରର ଫଣ୍ଡିଙ୍ଗ ର ସ୍ରୋତ କିଏ ?
ଜାମୁ କାଶ୍ମୀର ରେ ଆତଙ୍କବାଦ କାର୍ଯ୍ୟ କଳାପ ପାଇଁ ପାକିସ୍ତାନୀ ଗୁଇନ୍ଦା ବିଭାଗ ମନ ଖୋଲି ପଇସା ଖର୍ଚ୍ଚ କରୁଛି l ପାକିସ୍ତାନ ରେ ପଛେ ଅକାଳ ପଡିଯାଉ କିନ୍ତୁ ଆତଙ୍କ ର ଭୋକ କୁ ମେଣ୍ଟାଇବା ପାଇଁ ସେ କୌଣସି ପରିସ୍ଥତି କୁ ହାତଛଡା କରିବାକୁ ଚାହୁଁନାହିଁ l ଏହାଛଡା ପାକିସ୍ତାନ ଗୁଇନ୍ଦା ବିଭାଗ ଆଇ ଏସ ଆଇ ର କାର୍ଯ୍ୟ ହେଲା ଯେ ଡ୍ରଗସ ମାଫିଆ ମାନଙ୍କ ସହାୟତା ରେ ପଇସା ଅର୍ଜନ କରିବ l
ନିଜ ଲୋକଙ୍କ ପେଟକୁ ଗଣ୍ଡେ ଦାନା ଦେଇ ପାରୁ ନଥିବା ପାକିସ୍ତାନ ଆତଙ୍କବାଦୀ ଙ୍କ ପେଟ ଭରିବାକୁ ପଛାଉ ନାହିଁ l 𝙸𝚂𝙸 ର ଫଣ୍ଡିଙ୍ଗ କାର୍ଯ୍ୟ ଡ୍ରଗସ୍ ବେପାର , ବ୍ଲାକ ମେଲିଙ୍ଗ , ଚାରିଟି , ନକଲି ମୁଦ୍ରା , ଦାଦା ବଟି  କାରବାର ଭଳି କାର୍ଯ୍ୟ ସାମିଲ ରହିଛି l ଆତଙ୍କବାଦୀ ଙ୍କ ପାଇଁ ପ୍ରତ୍ୟେକ ବର୍ଷ ୫୦୦ ରୁ ୬୦୦ କୋଟି ଟଙ୍କା ଫଣ୍ଡିଙ୍ଗ ଖର୍ଚ୍ଚ ହୋଇଥାଏ l

Leave A Reply