ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯେଉଁ ଗୃହରେ ବିଘ୍ନ ହର୍ତା ଶ୍ରୀ ଗଣେଶ ଙ୍କ ବାସ ହୋଇଥାଏ ସେଠାରେ ରିଦ୍ଧି , ସିଦ୍ଧି , ଶୁଭ ଓ ଲାଭ ସୁଖସମୃଦ୍ଧି ଭାବରେ ବାସ ହୋଇଥାଏ l ତେଣୁ ପ୍ରାୟ ସମସ୍ତ ହିନ୍ଦୁ ପରିବାର ରେ ଗଣେଶ ଙ୍କ ପ୍ରତିମୁର୍ତି କିମ୍ବା ଫଟୋ ପୂଜା କରାଯାଇ ଥାଏ l ଏହା ଅତ୍ୟନ୍ତ ଶୁଭ ଅଟେ l ବାସ୍ତୁ ଶାସ୍ତ୍ର ଅନୁସାରେ ଗଣେଶ ଙ୍କ ପୂଜା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଣେଶ ଙ୍କ ପ୍ରତିମୁର୍ତି ସ୍ଥାପନ କରିବାର କିଛିଟା ନିୟମ ରହିଛି l କଣ ଏହି ନିୟମ ଆସନ୍ତୁ ଜାଣିବା l
ଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ, ସବୁ ଦେବଦେବୀ ଙ୍କ ପୂର୍ବରୁ ତାଙ୍କୁ ପ୍ରଥମେ ପୂଜା କରାଯାଇ ଥାଏ l ତଥାପି ହିନ୍ଦୁ ଘରେ ପୂଜା ବିଧିକୁ ନେଇ କେତୋଟି ନିୟମ ରହିଛି l
– ଭଗବାନ ଗଣେଶଙ୍କ ମୂର୍ତି ଗୋଟିଏ ସ୍ଥାନରେ ଅନେକ ଗୁଡିଏ ରଖିବା ଉଚିତ ନୁହେଁ, ଏହା ଠିକ ସଂକେତ ଦେଇ ନଥାଏ l
– ଘରେ ଗଣେଶ ଙ୍କ ଏଭଳି ମୂର୍ତି ବା ଫଟୋ ରଖିବା ଉଚିତ ଯାହାର ଶୁଣ୍ଢ ବାମ ପାର୍ଶ୍ୱକୁ ରହିଥିବ , ଏହା ଶୁଭ ସଂକେତ ଦେଇଥାଏ l
– ଦକ୍ଷିଣ ପାର୍ଶ୍ୱକୁ ଗଣେଶ ଙ୍କ ଶୁଣ୍ଢ ଥିଲେ ଘରେ ରଖିବା ଉଚିତ ନୁହେଁ, କାହିଁକି ନା ଦକ୍ଷିଣ ପାର୍ଶ୍ୱକୁ ଶୁଣ୍ଢ ଥିବା ଗଣେଶ ଙ୍କ ମୂର୍ତି କିମ୍ବା ଫଟୋ ରେ ପୂଜା ବିଧି ରହିଛି l ଯାହାକି ମନ୍ଦିରରେ କରାଯାଇ ଥାଏ l
– ମାନ୍ୟତା ରହିଛି ଯେ ଗଣେଶ ଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ l ତେଣୁ ଘରର ପ୍ରବେଶ ଦ୍ୱାରରେ ଗଣେଶ ଙ୍କ ପ୍ରତିମା ବା ମୂର୍ତି କଦାପି ରଖିବା ଉଚିତ ନୁହେଁ l କାହିଁକି ନ ଏଭଳି ସ୍ଥିତି ରେ ଗଣେଶ ଙ୍କ ପିଠି ଘରର ଭିତର ପାର୍ଶ୍ୱ ଆଡକୁ ରହିଥାଏ , ଯାହା ଶୁଭ ହୋଇ ନଥାଏ l
– କଦାପି ଗଣେଶ ଙ୍କ ମୂର୍ତି କିମ୍ବା ଫଟୋ ଘରର ସୀଢୀ ତଳେ ଲଗାଇବା ଉଚିତ ନୁହେଁ l ପ୍ରତି ବୁଧବାର ଦିନ ଗଣେଶଙ୍କ ନିକଟରେ ଦୁବ ଘାସ ଓ ନାଲି ପୁଷ୍ପ ଅର୍ପଣ କରିବା ଖୁବ ଶୁଭ ହୋଇଥାଏ l
