ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ , ଏହି ବିଶେଷ ଦିନକୁ ଆହୁରି ଅଧିକ ବିଶେଷ କରିବା ପାଇଁ ବିଶ୍ୱ ସାରା ଯୋଗାସନ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅନୁରୋଧ କ୍ରମେ ୨୭ ଡିସେମ୍ବର ୨୦୧୪ ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତାବ ଆମେରିକା ଦ୍ୱାରା ମଞ୍ଜୁରୀ ଦିଆଯାଇ ଥିଲା l ଏହାପରେ ସର୍ବ ପ୍ରଥମେ ଏହାକୁ ୨୧ଜୁନ ୨୦୧୫ ରେ ସାରା ବିଶ୍ୱରେ ଯୋଗ ଦିବସ ପାଳିତ ହୋଇଥିଲା l
ଆମ ଜୀବନ ରେ ଯୋଗର ମହତ୍ୱ –
ଯୋଗାସନ ଶରୀର, ମନ ଓ ଆତ୍ମା ଉପରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଶରୀର ଓ ମନକୁ ଶାନ୍ତ କରିବା ପାଇଁ ଏହା ଶାରୀରିକ ଓ ମାନସିକ ଅନୁଶାସନ ର ଗୋଟିଏ ସନ୍ତୁଳନ ରଖିଥାଏ l ଯୋଗାସନ ଉତେଜନା ଓ ଚିନ୍ତା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଓ ଶରୀର ଏବଂ ମନ ଉପରେ ସନ୍ତୁଳନ ରଖିଥାଏ l ଯୋଗ ଆସନ ଯଦି ଜଣେ ବ୍ୟକ୍ତି ପ୍ରତିଦିନ କରିବ ତାର ଇନ୍ଦ୍ରୀୟ ନିୟନ୍ତ୍ରଣ ହେବ ସହିତ ଅନେକ ରୋଗରୁ ଆରାମ ମିଳିବ
ଯୋଗ ର ଲାଭ –
– ଯୋଗାସନ ମାଂସପେଶୀ ର କାର୍ଯ୍ୟଦକ୍ଷତା କୁ ବଢ଼ାଇ ଶକ୍ତି ଯୋଗାଇ ଥାଏ l
– ଶରୀରର ଜଏଣ୍ଟ ଗୁଡିକୁ ଷ୍ଟ୍ରଙ୍ଗ କରିଥାଏ ଓ ଦୁର୍ବଳ ହେବାକୁ ଦେଇ ନଥାଏ l
– ପାଚନ ତନ୍ତ୍ରକୁ ମଜବୁତ କରିଥାଏ ଯୋଗାସନ ଓ ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ଦୂର ହୋଇଥାଏ l
– ଶରୀରର ଅନ୍ତରୀଣ ଅଙ୍ଗକୁ ମଜବୁତ କରିଥାଏ l
– ଶ୍ୱାସ ଭଳି ମାରାତ୍ମକ ରୋଗ ଠାରୁ ଦୁରେଇ ରଖିଥାଏ ଯୋଗାସନ l
– ମଧୁମେହ ରୋଗୀଙ୍କ ରକ୍ତ ଶର୍କରା କୁ ନିୟଂତ୍ରଣ ରଖେ ଯୋଗାସନ l
– ହାର୍ଟ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୁରେଇ ରଖିଥାଏ ଯୋଗାସନ l
– ତ୍ୱଚା ରେ ଚମକ ଆଣିବାରେ ସାହାଯ୍ୟ କରିଥାଏ l
– ସହନଶକ୍ତି ବୃଦ୍ଧି କରିବା ସହ କ୍ରୋଧ ନିୟନ୍ତ୍ରଣ କରିଥାଏ ଯୋଗାସନ l
– ଏକାଗ୍ରତା ବୃଦ୍ଧି କରି ମନ ଓ ବିଚାର ରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଯୋଗାସନ l
– ଚିନ୍ତା, ଉତେଜନା, ଓ ଅବସାଦ ଉପରେ ନିୟନ୍ତ୍ରଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯୋଗାସନ l
– ଓଜନ ହ୍ରାସ ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦୂର କରିଥାଏ ଯୋଗାସନ l
– ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯୋଗାସନ l
– ଶରୀରକୁ ଫୁର୍ତି ରଖିବା ସହିତ ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ l
– ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ପାଠ ପଢ଼ାରେ ଏକାଗ୍ରତା ବୃଦ୍ଧି କରିଥାଏ ଯୋଗାସନ l