Odisha news

ଆପଣ ଫଳ ଖାଇଲା ବେଳେ ଏହିସବୁ ଭୁଲ୍ କରୁ ନାହଁନ୍ତିତ : ଲାଭ ବଦଳରେ ହୋଇପାରେ କ୍ଷତି

ପ୍ରତେକ ବ୍ୟକ୍ତି ନିଜ ଖାଦ୍ୟରେ ଫଳ ସାମିଲ କରିବା ନିହାତି ଜରୁରୀ ଅଟେ l ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଥାଏ ଯାହା ଶରୀରର ପୋଷଣ ପାଇଁ ନିହାତି ଆବଶ୍ୟକ l ଯଦି କୌଣସି ବ୍ୟକ୍ତି ଖାଦ୍ୟ କମ ଖାଇ ,ଫଳ ଅଧିକ ପରିମାଣରେ  ଖାଇଥାଏ ତେବେ ତା ଶରୀରରେ କେବେବି ପୋଷାକ ତତ୍ୱ କମିବ ନାହିଁ l ଫଳରେ ପାଣି ,କାର୍ବୋହାଇଡ୍ରେଟ ,ଫ୍ୟାଟି ଏସିଡ ,ଅମିନୋ ଏସିଡ ସମସ୍ତ ଭିଟାମିନ ପ୍ରଚୁର ପରିମାଣରେ ରହୁଛି l

କିନ୍ତୁ ଏପରି କିଛି କାରଣ ରହିଛି ଯାହା ଦ୍ୱାରା ଆପଣ ଫଳ ଖାଇ ଲାଭ ପାଇବା ବଦଳରେ କ୍ଷତି ପାଇ ପାରନ୍ତି l

ଏହିପରି ଭାବରେ ଫଳ ଖାଆନ୍ତୁ ନାହିଁ –

ଅଧିକାଂଶ ସମୟରେ ଆପଣ କିଛି କିଛି ଛୋଟ ଛୋଟ ଭୁଲ ମଧ୍ୟ ଫଳ ଖାଇବା ବେଳେ କରିଥାଉ l ଯାହା ଆମର ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ l ଜାଣନ୍ତୁ ଫଳ ଖାଇବା ବେଳେ ଆପଣ କଣ ଛୋଟ ଛୋଟ ଭୁଲ କରିଥାନ୍ତି –

* ଭୋଜନ ସହିତ ଏକାସାଙ୍ଗରେ ଫଳ ଖାଆନ୍ତୁ ନାହିଁ l

* ଖାଦ୍ୟ ଖାଇବା ପରେ ପରେ ତୁରନ୍ତ ଫଳ ଖାଇବା l

* ଯଦି ଆପଣ ଖାଦ୍ୟ ଖାଇବା ପରେ ପରେ ଫଳ ଖାଇଦେବେ ତେବେ ଏସିଡ଼ିଟି ସମସ୍ୟା ,ପେଟ ଫୁଲିବା ,ଖଟା ଢ଼କାର ଆସିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l

ଏହା ହେଲା କ୍ଷତି ହେବାର କାରଣ –

ଅଧିକାଂଶ ସମୟରେ ଲୋକମାନେ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ଅଧିକ ପରିମାଣରେ ଫଳ ଖାଇ ଦେଇଥାନ୍ତି l ସେମାନେ ଭୁଲି ଯାଇଥାନ୍ତି ଯେ ଏହା ତାଙ୍କପାଇଁ ଗୋଟିଏ ସମୟର ଖାଦ୍ୟ ହୋଇଯାଏ l ଫଳ ସହିତ ଆପଣ କୌଣସି ଅନ୍ୟ ଜିନିଷ ଖାଇବା ଉଚିତ ନୁହେଁ l କାରଣ ଫଳ ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ଅଟେ l ସେଥିପାଇଁ ଖାଇବା ସହିତ ଯେଉଁ ଶର୍କରା ଥାଏ ତାହା ଫଳରେ ଥିବା ଶର୍କରା ସହିତ ମିଶି ଏସିଡ଼ିଟି  ସମସ୍ୟା ସୃଷ୍ଟି କରିଥାଏ l ଫଳ ଖାଇବା ପରେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ନଖାଇବା ଆବଶ୍ୟକ l 3ଯେତେବେଳେବି ଆପଣ ଫଳ ଖାଉଛନ୍ତି ଯେପରି ଆପଣଙ୍କ ପେଟ ଭାରି ହୋଇ ନଥାଉ l

Comments are closed.