ବସନ୍ତ ପଞ୍ଚମୀ ଏକ ମହତ୍ୱପୂର୍ଣ୍ଣ ଭାରତୀୟ ପର୍ବ ,ଯାହା ପ୍ରତେକ ବର୍ଷ ମାଘ ମାସରେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପାଳନ କରାଯାଇଥାଏ l ଏହାକୁ ମାତା ସରସ୍ବତୀଙ୍କ ନିମନ୍ତେ ବିଧି ବିଧାନ ଅନୂଆସାରେ ପାଳିତ ହୁଏ ,କାରଣ ଜ୍ଞାନର ପ୍ରତୀକ ମାତା ସରସ୍ବତୀଙ୍କ ପୂଜା ହିନ୍ଦୁ ଧର୍ମର ପୂଜା ମାନଙ୍କ ମଧ୍ୟରେ ଗୋଟିଏ ଗୁରୁତ୍ୱପୂର୍ଣ ପୂଜା ଅଟେ l ପ୍ରଚଳିତ ମାନ୍ୟତା ଅନୁସାରେ ଏହି ପର୍ବର ଉତ୍ପତି ଆର୍ଯ୍ୟ ମାନଙ୍କ ସମୟରୁ ହୋଇ ଆସୁଛି l ଆର୍ଯ୍ୟ ମାନେ ଅନ୍ୟ ଲୋକମାନଙ୍କ ମଧ୍ୟରେ ସରସ୍ୱତୀ ନଦୀକୁ ପାର କରି ଭାରତରେ ଆସି ବସତି ସ୍ଥାପନ କରିଥିଲେ l ଗୋଟିଏ ଆଦିମ ସଭ୍ୟତା ହୋଇଥିବା କାରଣରୁ ତାଙ୍କର ସବୁଠୁ ଅଧିକ ବିକାଶ ସରସ୍ୱତୀ ନଦୀ କୂଳରେ ହୋଇଥିଲା l
ଏହିଭଳି ଭାବରେ ସରସ୍ବତୀ ନଦୀକୁ ଉର୍ବରତା ଓ ଜ୍ଞାନ ସହିତ ଯୋଡ଼ା ଯିବାକୁ ଲାଗିଲା l ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ ସେହି ଦିନ ଠାରୁ ସରସ୍ୱତୀ ପୂଜା ଦିନଟି ପାଳନ କରାଯାଉଛି l ପୌରାଣିକ କଥା ଅନୁସାରେ ମଧ୍ୟ ଏହି ଦିନଟିକୁ ସରସ୍ଵତୀଙ୍କର ଜନ୍ମ ବା ଉତ୍ପତ୍ତିର ଦିନ ଭାବରେ ପାଳିତ କରାଯାଏ l କାରଣ ପୁରାଣରେ ବର୍ଣ୍ଣିତ ରହିଛି ବ୍ରହ୍ମା ଶ୍ରୀ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ l କାରଣ ସେହି ସମୟରେ ମଣିଷ ମାନେ ଜନ୍ମତ ନେଇ ଯାଇଥିଲେ କିନ୍ତୁ ସେମାନଙ୍କର କଥା କହିବାର ଶକ୍ତି ନଥିଲା l ଯାହା ମାତା ସରସ୍ବତୀ ସୃଷ୍ଟି ହେବ ପରେ ସମସ୍ତଙ୍କ କଣ୍ଠରେ ବସି କଥା କହିବାର ଶକ୍ତି ଦେଇଥିଲେ l
ଆଜିର ସମୟରେ ଏହି ପାର୍ବଟି ଚାଷୀ ମାନଙ୍କ ଦ୍ୱାରା ବସନ୍ତ ଋତୁର ଆଗମନକୁ ନେଇ ପାଳନ କରାଯାଉଛି l ଏହି ପାର୍ବତୀ ବିଶେଷ କରି ଉତର ପୂର୍ବ ଭାରତର ଲୋକମାନେ ପାଳନ କରିଥାନ୍ତି l ଜ୍ଞାନ ସହାଇଅତ୍ତା ଚାଷର ନୂଆ ଫସଲ ପାଇଁ ଏହି ଦିନ ପୂଜାପାଠ ପାଳନ ହୋଇଥାଏ l ଏହି ପାର୍ବଟି ହଳଦିଆ ରଙ୍ଗ ସହିତ ବିଶେଷ କରି ଯୋଡି ହୋଇଛି l ଏହି ବସନ୍ତ ପଞ୍ଚମୀ ବେଳକୁ ଉତର ଭାରତରେ ପ୍ରାୟ ସମସ୍ଥ ସ୍ଥାନରେ ନୂଆ ଫସଲ ଭାରି ରହିଥାଏ l ଚାଷୀ ମାନେ ନିଜନିଜର କ୍ଷତକୁ ଯାଇ ବସନ୍ତ ପଞ୍ଚମୀ ଦିନ ବିଶେଷ ପୂଜା ଅର୍ଚନା କରି ଆଗାମୀ ବର୍ଷ ପାଇଁ ଶୁଭ ମନାସିଥାନ୍ତି l ଉତର ଭାରତରେ ମଧ୍ୟ ଲୋକମାନେ ଏହି ସମୟରେ ଗୁଡ଼ି ଉଡା କାର୍ଯ୍ୟକ୍ରମ କରିଥାନ୍ତି l ପୂର୍ବ ଭାରତର ଲୋକମାନେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ଶିକ୍ଷା ଅନୁଷ୍ଠାନ ଗୁଡିକରେ ସ୍ଥାପନ କରି ପୂଜାର୍ଚନା କରି ଠାଁ ଟି l ଏହିଦିନ ବିଶେଷ କରି ପିଲାମାନେ ନୂତନ ବସ୍ତ୍ର ଧାରଣା କରି ବିଦ୍ୟାଳୟକୁ ଯାନ୍ତି l
ଯେପରି ଗୋଟିଏ ଛୋଟ ପକ୍ଷୀ ନିଜର ମିଠା ସଂଗୀତରେ ଆମକୁ ଅନାଦିତ କରିଥାଏ ଓ ଆମର ମନରଞ୍ଜନ କରିଥାଏ ଏବଂ ଆମେ ତାକୁ ନିଜ ମନରେ ଧନ୍ୟବାଦ ଜଣାଇ ଥାଉ l ସଂଗୀତ ମାଧ୍ୟମରେ ଆମେ ହୃଦୟର ସହିତ ଗୋଟିଏ ସୁନ୍ଦର ସମ୍ପର୍କରେ ବାନ୍ଧି ହୋଇଥାଉ ଓ ଜୀବନକୁ ଉପଭୋଗ କରିଥାଉ l ଏହି କାରଣରୁ ଆମେ ବସନ୍ତ ପଞ୍ଚମୀ ଭଳି ଉତ୍ସବକୁ ଆନନ୍ଦରେ ପାଳନ କରି ମାତା ସରସ୍ୱତୀଙ୍କ ପାଖରେ ଅଭର ପ୍ରକଟ କରିଥାଉ l
Comments are closed.