Odisha news

ବିଦୁରଙ୍କ ନୀତିରେ ଏହି ୬ଟି ଦୁଃଖ ମଣିଷକୁ ସର୍ବଦା ଭିତରୁ ଦୁଃଖିତ ରଖିଥାଏ

ବିଦୁରଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଯୋଡି ହୋଇଥିବା ବିଭିନ୍ନ ନୀତିର ବର୍ଣ୍ଣନା କରାଯାଇଛି l ବିଦୁରଙ୍କ ନୀତିକୁ ଆଜି ମଧ୍ୟ ଲୋକମାନେ ନିଜ ଜୀବନରେ ସାମିଲ କରି ଗୋଟିଏ ଭଲ ଜୀବନ ବିତାଇବାକୁ ଚାହୁଁଛନ୍ତି l ବିଦୁରଙ୍କ ଆଜିର ନୀତିରେ ୬ଟି ଦୁଃଖ ବିଷୟରେ କୁହାଯାଇଛି ଯାହା ମନୁଷ୍ୟକୁ ଅଗ୍ନି ଭଳି ଜୀବନ ସାରା ଜଳାଇଥାଏ l ଆସନ୍ତୁ ଜାଣିବା ସେଗୁଡିକ କଣ l

* କେବେ କେବେ ବ୍ୟକ୍ତିକୁ ସେହି ଜାଗାରେ ରହିବାକୁ ପଡିଥାଏ ଯାହା ତାକୁ ପସନ୍ଦ ନଥାଏ l ଏପରି ସ୍ଥାନରେ ରହିବ ଦ୍ୱାରା ମାନସିକ ଚିନ୍ତା ବଢ଼ିଯାଇଥାଏ l

* ବିଦୁରଙ୍କ ନୀତିରେ ଭୋଜନ ଏପରି ହେବ ଆବଶ୍ୟକ ଯାହା ପାଟିକୁ ସ୍ୱାଦ ଲାଗିବ ସହିତ ପୌଷ୍ଟିକ ହୋଇଥିବା ଆବଶ୍ୟକ l ଯଦି ଆପଣ ଠିକରେ ଘରେ ଭୋଜନ କରି ପାରୁ ନାହାନ୍ତି ତେବେ ଆପଣଙ୍କର ସେହି ଦିନଟି ଭଲରେ କାଟି ନଥାଏ l

* ପୁତ୍ର ବୃଦ୍ଧା ମା ବାପାଙ୍କର ସହର ହୋଇଥାଏ l କିନ୍ତୁ ଯଦି ପୁତ୍ର ମୂର୍ଖ ହୋଇଥାଏ ସାରା ଜୀବନ ସେ ପିତା ମାତାଙ୍କ ଉପରେ ବୋଝ ଭଳି ରହିଥାଏ l ତେଣୁ ଏପରି ପୁତ୍ର ମନୁଷ୍ୟ ଜୀବନର ଗୋଟିଏ ଦୁଃଖର କାରଣ ହୋଇଥାଏ l

* ବିଦୁରଙ୍କ ନୀତିରେ କନ୍ୟା ଯଦି ବିବାହିତା ହୋଇ ନାହିଁ ତେବେ ସେ ବାପଘରେ ରହି ସୁନ୍ଦର ଦିଶିଥାଏ l କିନ୍ତୁ କନ୍ୟା ଯଦି ବିବାହିତା ହୋଇ କିମ୍ବା ବିଧବା ହୋଇ ବାପଘରେ ରହିଥାଏ ତେବେ ଏହା ପିତା ମାତାଙ୍କ ପାଇଁ ଗୋଟିଏ ବଡ଼ ଦୁଃଖ ଅଟେ l

* ବିଦୁରଙ୍କ ନୀତିରେ ନୀଚ କୁଳର ସେବା କରିବା କୌଣସି ଦୁଃଖ ଠାରୁ କମ ନୁହେଁ l ଏହିଭଳି ବ୍ୟକ୍ତି ମାନେ ସେବା କରାଇବା ସମୟରେ ଖୁବ ଭଲରେ କରାଇଥାନ୍ତି କିନ୍ତୁ ତାର ପାରିଶ୍ରମିକ ଦେଇ ନଥାନ୍ତି l

* ଯଦି କୌଣସି ବ୍ୟକ୍ତିର ସ୍ତ୍ରୀ କଳେହି ପ୍ରକୃତିର ହୋଇଥାଏ ,ତେବେ ତାର ଜୀବନ ନର୍କ ଭଳି ହୋଇଯାଏ l ଏହି ଭଳି ସ୍ତ୍ରୀ ମାନେ ଛୋଟ ତହତା କଥାରେ ଝଗଡା କରିବାକୁ ଲାଗି ଥାନ୍ତି ,ଯାହାଦ୍ୱାରା ପୁରା ପରିବାର ଦୁଃଖିତ ରହିଥାଏ l

Comments are closed.