Odisha news

ଦୁର୍ଲଭ ହଳଦିଆ ବେଙ୍ଗ

0

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଦୁର୍ଲଭ ପ୍ରଜାତିର ଶହ ଶହ ହଳଦିଆ ବେଙ୍ଗ ଜମିରୁ ବର୍ଷା ହେବା ମାତ୍ରେ ବାହାରୁଛନ୍ତି । ଏମାନଙ୍କୁ ଗାଁଲୋକ ବିଷାକ୍ତ ବେଙ୍ଗ ଭାବି ଭୟଭୀତ ହେବା ସହ ମାରିବାକୁ ପ୍ରୟାସ କରୁଛନ୍ତି । ପରିବେଶବିଦ୍‍ଙ୍କ ଅନୁସାରେ ଏହା ଭାରତରେ ଦେଖାଯାଉଥିବା ଇଣ୍ଡିଆନ୍‍ ବୁଲ୍‍ ଫ୍ରଗ୍‍ ଯେଉଁମାନେପ୍ରଜନନ ସମୟରେ ରଙ୍ଗ ବଦଳାଇ ହଳଦିଆ ରଙ୍ଗ ଧାରଣ କରନ୍ତି । ଯଦିଓ ଏ କାରଣ ପାଇଁ ଲୋକେ ଏହାକୁ ବିଷାକ୍ତ ଭାବୁଛନ୍ତି କିନ୍ତୁ ଏହା ଆଦୌ ହାନିକାରକ ନୁହେଁ, ବରଂ ଚାଷୀଙ୍କ ପାଇଁ ଉପକାରୀ ତଥା ପରିବେଶ- ଅନୁକୂଳ ।

Leave A Reply