Odisha news

ଅନିର୍ଦ୍ଧିଷ୍ଟ କାଳ ଯାଏ ବ୍ରହ୍ମପୁରର ସମସ୍ତ ପ୍ରବେଶ ପଥ ବନ୍ଦ

0

ବ୍ରହ୍ମପୁର: ୧୩/୦୭: ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହା ସମସ୍ତ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେବାର ଲାଗିଛି ।  ଜିଲ୍ଲାର ବ୍ରହ୍ମପୁର ସହରରେ ମଧ୍ୟ ପ୍ରତି ୱାର୍ଡରେ ଦିନ କୁ ଦିନ ମାତ୍ରାଧିକ ସଂଖ୍ୟାରେ ଏହି ସଂକ୍ରମଣ ବଢ଼ିବାରେ ଲାଗିଛି ଯାହା ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ  ୫ ଦିନିଆ ସଟ୍ ଡ଼ାଉନ୍ ଘୋଷଣା କରିଥିଲେ ମଧ୍ୟ  ଏହାର ପ୍ରଭାବ କିଛି ସନ୍ତୋଷଜନକ ମିଳିଲା ନାହିଁ ।

ଯାହା ଫଳରେ ବ୍ରହ୍ମପୁର ମହାନଗର କତ୍ତୃପକ୍ଷ ବ୍ରହ୍ମପୁର ର ସମସ୍ତ ପ୍ରବେଶ ପଥ ଅନିର୍ଦ୍ଧିଷ୍ଠ କାଳ ଯାଏ ବନ୍ଦ କରିବାର ନିଷ୍ପତି ନେଇଛନ୍ତି । ଏହି କଟକଣା ନିୟମ ଜାରି ଥିବା ଯାଏ ବାହାରୁ କୌଣସି ଲୋକେ ଆସିପାରିବେ ନାହିଁ କି କେହି ସହର ବାହାରୁ ଯାଇ ପାରିବେ ନାହିଁ । କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ନିମନ୍ତେ ଏହି କଟକଣା କୋହଳ କରାଯାଇଛି । ଏହା ସହ ଜରୁରୀ ଦୋକାନ ସକାଳ ୫ ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଖୋଲା ଯାଇପାରିବ ବୋଲି ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ସୀମା ପଥରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply