ତିହିଡି, ୧୩/୦୭: ହଦଗଡ ଡ୍ୟାମର ଉଛୁଳ ପାଣିକୁ ନିଷ୍କାସନ କରିବା ଲାଗି ପ୍ରଶାସନ ଅତି ତରବରିଆ ଭାବେ ବିଗତ ୫ ଦିନ ଧରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବୋଡକ, ବିଲଣା, ବାରୋ, ତଳଗୋପବିନ୍ଧା ଓ କାଁପଡା ପଞ୍ଚାୟତ ୫ ଦିନ ଧରି ଜଳମଗ୍ନ ହୋଇଛି । ଦୁଇଦିନ ହେଲା ଜଳସ୍ତର ସ୍ଥିର ହୋଇଥିଲେ ମଧ୍ୟ ·ଷ ଜମିରୁ ପାଣି ଖସୁ ନଥିବା ଜଣାଯାଇଛି । ଧାନ ତଳି ଓ ରୁଆ ଧାନରେ ୨ ‘ୁଟରୁ ଉର୍ଦ୍ଧ ପାଣି ଜମି ରହିଥିବା ବେଳେ ଗଣ୍ଡାରେ ପାଣି ମଧ୍ୟ ପାଣି ଜମି ରହିଛି । ବାରୋ ପଞ୍ଚାୟତ ଅଧିନ ରାଧାନଗର, ବଳିଆରପୁର, ହାଟସାହି ଏବଂ ବିଲଣା ପଞ୍ଚାୟତର ତିଆଡିସାହି, ବିଲଣା ଶାସନ, କେରଡିହ, ନୂଆପାଟଣା, ମହାଳିକସାହି ଓ ଲଞ୍ଜାପାଟଣା, ବୋଡକ ପଞ୍ଚାୟତର ଓରାଳି ଆଦି ଗ୍ରାମରେ ଆଜିବି ପାଣି ଲହଡି ଖେଳୁଛି । ଲୋକେ ଭୟଭିତ ଅବସ୍ତାରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏଯାବତ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନଥିବା ଜଣାଯାଇଛି । ୩ ଦିନ ତଳେ ସାଳନ୍ଦି ଜଳସେଚନ ବିଭାଗ ପକ୍ଷରୁ କେତେକ ପଦାଧିକାରୀ ସଂଧ୍ୟାରେ କ୍ଷେତ୍ରୀୟ ତଦନ୍ତ କରିଥିଲେ ମଧ୍ୟ ଏଯାବତ ଜଳସ୍ତର ସ୍ଥିର ରହିଥିବା ନେଇ ଲୋକେ ସନ୍ଦିଆନ ଅବସ୍ତାରେ ରହିଛନ୍ତି । ଏହି ପଞ୍ଚାୟତ ଗୁଡିକର ଶହ ଶହ ହେକ୍ଟର ·ଷ ଜମି ‘ସଲ ଅମଳ ନେଇ ସନେ୍ଦହ ଦେଖା ଦେଇଛି । ଆଷାଢ ମାସ ଶେଷ ହେବାକୁ ଯାଉଥିବା ବେଳେ ପୂନଶ୍ଚ ·ଷୀ ବେଉଷଣ କରି ତଳି ପକାଇ ଧାନ ରୋଇବା କେତେଦୂର ସ‘ଳ ରୁପାୟନ ନେବ ତାହା କହିବା ମୁସ୍କିଲ ହୋଇଗଲାଣି ।
ସାଳନ୍ଦି ଓ ନାଳିଆ ନଦୀର ଉଛୁଳା ପାଣି ଛୋଟ ଛୋଟ ନାଳ, କେନାଲ ଓ ରିଆ ଦେଇ ପ୍ରବେଶ କରୁଥିଲେ ମଧ୍ୟ ଦଳ ଓ ବିଲାତି ବୁର ବାଧକ ସାଜୁଛି । ଯାହା ‘ଳରେ ଉପର ମୁଣ୍ଡରୁ ପାଣି ବନ୍ଦ କରାଯାଇଥିଲେ ମଧ୍ୟ ଆଖି ଦୃଶିଆ ନିଷ୍କାସନ ହେଉନଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାଇ ସାଳନ୍ଦି ନଦୀରେ ବିଲଣା ପଞ୍ଚାୟତ ଅଧିନ କୁଦମାହାରା, ବାରୋ ପଞ୍ଚାୟତ ଅଧିନ କୁଆମାହାରା ଓ କାଁପଡା ପଞ୍ଚାୟତ ଅଧିନ ଦୋହଳି ଠାରେ ବିଶାଳ ଘାଇ ସୃଷ୍ଟି ହୋଇଛି । ସେହିପରି ନାଳିଆ ନଦୀରେ ବାରୋ ପଞ୍ଚାୟତ ଅଧିନ କଲ୍ୟାଣିନଗର, ବାରମାଣିଆ, ଚିଲପଦା ଅଧିନ ଭେଡା, ଚବିଶପଡା ଅଧିନ ·ରିମାଣିଆ ଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ନାଳିଆ ନଦୀ ସଂସ୍କାର ପାଇଁ ଜମି ଅଧିଗ୍ରହଣ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ସରିନଥିବାରୁ କହଁରା ଓ ବାଳୁଙ୍ଗା ରିଆରେ ନିଷ୍କାସନ ହୋଇ ପାରୁନାହିଁ । ଏହି ପ୍ରକଳ୍ପରେ ବାରୋ ହାଟପଦା ଠାରୁ ହିରାଘାଇ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଦୂରତା ପାଇଁ ସଂସ୍କାର ହେବା ଜଳସେଚନ ବିଭାଗ ପକ୍ଷରୁ ବ୍ୟୟବରାଦ ହୋଇଥିବା ବେଳେ ·ରିମାହାରା ଠାରେ ଚେକ୍ ପଏଣ୍ଟ ଏବଂ କୁଦମାହାରା, କୁଆମାହାରା ଓ ଦୋହଳି ଠାରେ ମିନି ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ନିଦେ୍ର୍ଦଶ ହୋଇଛି । ମାତ୍ର ଏହାର ବିଳମ୍ବ ହେଉଥିବା ନେଇ ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଜଣାଯାଇଛ