ବନ୍ଧୁତା ପାଇଁ ସବୁ କିଛି : କେବଳ ବନ୍ଧୁତା ପାଇଁ ଚେୟାରମ୍ୟାନ ରେସ ରୁ ଓହରି ଯାଇଥିଲେ ରତନ ଟାଟା ଙ୍କ ବନ୍ଧୁ ନୁସ୍ଲି ୱାଡିଆ
ନୂଆଦିଲ୍ଲୀ : ଗୋ ଫାର୍ଷ୍ଟ ଏୟାର ଲାଇନ୍ ଦେବାଳିଆ ସ୍ଥିତି ରେ ଆସି ପହଞ୍ଚିଛି । ଲୋକ ମାନଙ୍କୁ ଶସ୍ତା ଫ୍ଲାଇଟ ଟିକେଟ ର ସୁବିଧା ଦେଇ ବିମାନ ଯାତ୍ରା କରାଉଥିବା ଏୟାର ଲାଇନ୍ ବର୍ତ୍ତମାନ ବନ୍ଦ୍ ହେବାକୁ ଯାଉଛି । ଭାରତର ସବୁଠୁ ପୁରୁଣା ୱାଡ଼ିଆ ଗ୍ରୁପ୍ ଦେବାଳିଆ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବ୍ରିଟାନିଆ , ବମ୍ବେ ଡ଼ାଇଙ୍ଗ ଭଳି କମ୍ପାନୀକୁ ସଞ୍ଚାଳନ କରୁଥିବା କମ୍ପାନୀ ର ଏୟାର ଲାଇନ୍ ର ଏଭଳି ଅବସ୍ଥା ହୋଇ ଯାଇଛି ଯେ ବର୍ତ୍ତମାନ ତା ନିକଟରେ ତେଲ ଭରିବା ପାଇଁ ମଧ୍ୟ ପଇସା ନାହିଁ ଏହା ଭାବିବା ବେଳକୁ ଆଶ୍ଚର୍ଯ୍ୟ ଲଗୁଛି । ୩୩ହଜାର କୋଟି ରୁ ଅଧିକ ସମ୍ପତି ର ମାଲିକ ଥିବା ନୁସଲି ୱାଡିଆ ର ଏହି କମ୍ପାନୀ ଦେବାଳିଆ ହେବା ସ୍ଥିତି ପହଞ୍ଚି ଥିଲେ ସୁଧା , କିନ୍ତୁ ଏହି କମ୍ପାନୀ ଆଜି ମଧ୍ୟ କର୍ପୋରେଟ ଜଗତ ର କିଙ୍ଗ ।
ରତନ ଟାଟା ଙ୍କ ପିଲା ବେଳର ବନ୍ଧୁ -:
ୱାଡିଆ ଗ୍ରୁପ୍ ରତନ ଟାଟା ଙ୍କ ବନ୍ଧୁ ଥିଲେ । ନୁସ୍ଲି ୱାଡିଆ ଓ ରତନ ଟାଟା ଉଭୟ ପାର୍ସୀ ପରିବାର ରୁ ଆସିଛନ୍ତି । ଉଭୟ ପିଲା ବେଳର ବନ୍ଧୁ ଅଟନ୍ତି । ଉଭୟ ଙ୍କ ମଧ୍ୟରେ ଏଭଳି ବନ୍ଧୁତା ଥିଲା ଯେ ଗୋଟିଏ ଏଭଳି ଆସିଥିଲା ନୁସ୍ଲୀ ୱାଡିଆ ରତନ ଟାଟା ଙ୍କ ପାଇଁ ଟାଟା ସଂସ ର ଚେୟାର ମ୍ୟାନ ପଦବୀ ମଧ୍ୟ ଛାଡ଼ି ଦେଇଥିଲେ । ଉଭୟ ଙ୍କ ମଧ୍ୟରେ ବନ୍ଧୁତା ଖୁବ୍ ନିବିଡ ଥିଲା । ନୁଶ୍ଲି ୱାଡିଆ ଜେଆରଡି ଟାଟା ଙ୍କୁ ନିଜର ଗୁରୁ ଓ ମାର୍ଗଦର୍ଶକ ବୋଲି ଭାବୁଥିଲେ । ଜେଆରଡି ଟାଟା ବମ୍ବେ ଡାଇଂ କୁ ତିଆରି କରିବାରେ ନୁଶ୍ଳୀ ୱାଡିଆ ଙ୍କ ର ଅନେକ ଯୋଗଦାନ ରହିଛି ।
ଜେଆରଡି ଟାଟା ଙ୍କ ଅବସର ନେବା ପରେ ଯେତେବେଳେ ଟାଟା ଗ୍ରୁପ୍ ର ଚେୟାର ମ୍ୟାନ ପଦବୀ ପାଇଁ ଖୋଜା ଚାଲିଥିଲା ସେତେବେଳେ ନୁସ୍ଲି ୱାଡିଆ ସବୁଠୁ ଆଗରେ ଥିଲେ । ଜେଆରଡି ଟାଟା ଙ୍କ ମନରେ ମଧ୍ୟ ନୁସ୍ଲି ଙ୍କ ନାମ ସର୍ବ ପ୍ରଥମେ ଆସିଥିଲା । କିନ୍ତୁ ଯେତେବେଳେ ନୁସ୍ଲୀ ୱାଡିଆ ଜାଣିଲେ ଯେ ରତନ ଟାଟା ମଧ୍ୟ ଚେୟାର ମ୍ୟାନ ପଦବୀ ର ଦୌଡ ରେ ଅଛନ୍ତି , ସେ ଆଉ ଚେୟାର ମ୍ୟାନ ପଦବୀ ପାଇଁ ଇଛୁକ ହେଲେ ନାହିଁ । ଏହାପରେ ୧୯୯୧ ରେ ରତନ୍ ଟାଟା, ଟାଟା ଗ୍ରୁପ୍ ର ଚେୟାର ମ୍ୟାନ ହୋଇଥିଲେ । ସେହି ସମୟରେ ରତନ ଟାଟା ଚାହୁଁଥିଲେ ତାଙ୍କ ବନ୍ଧୁ ନୁସ୍ଲି ୱାଡିଆ ଭାଇସ୍ ଚେୟାର ମ୍ୟାନ ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । କିନ୍ତୁ ୱାଡିଆ ଏହାକୁ ମଧ୍ୟ ମନା କରିଦେଲେ । ରତନ ଟାଟା
ୱାଡିଆ ଙ୍କ ଉପରେ ଖୁବ୍ ନିର୍ଭରଶୀଳ ଥିଲେ । ସେ ପ୍ରତ୍ୟେକ ନିଷ୍ପତି ରେ ତାଙ୍କ ସହିତ ଆଲୋଚନା କରୁଥିଲେ ।
କିପରି ଆସିଲା ବନ୍ଧୁତା ରେ ଫାଟ –
ନୁଶ୍ଳି ୱାଡିଆ ସ୍ପଷ୍ଟ ବାଦି ହୋଇ ଥିବାରୁ ସମସ୍ତ ଙ୍କ ନିକଟରେ ଖୁବ୍ ଜଣାଶୁଣା ଥିଲେ । ତାଙ୍କର ଏହି ଅଭ୍ୟାସ ଉଭୟ ବନ୍ଧୁ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା । ଉଭୟଙ୍କ ମଧ୍ୟରେ ୨୦୦୭ ପରେ ଦୂରତା ବଢ଼ିବାରେ ଲାଗିଲା । ବିଶେଷ ଭାବରେ ଟାଟା ଷ୍ଟିଲ ୟୁରୋପ ରେ ୧୨ ଅରବ୍ ଡ଼ଲାର ଦେଇ ୟୁରୋପ ର କୋରସ୍ ଷ୍ଟିଲ କୁ କିଣିଥିଲା। ୱାଡିଆ ଏହି ସଉଦା ରେ ଖୁସି ନଥିଲେ । ଏହି କଥାକୁ ନେଇ ୱାଡିଆ ଓ ଟାଟା ଙ୍କ ମଧ୍ୟରେ ତର୍କ ହୋଇଥିଲା । ଏହାପରେ ସେ ଟାଟା ନାନୋ ପ୍ରୋଜେକ୍ଟ ରେ ମଧ୍ୟ ନିବେଶ କରିବା ପାଇଁ ଟାଟା ଙ୍କ ର ବିରୋଧ କରିଥିଲେ । ଏହି ଦୂରତା ସେତେବେଳେ ଲୋକ ଲୋଚନ କୁ ଆସିଲା ଯେତେବେଳେ ଟାଟା ଓ ମିସ୍ତ୍ରୀ ଙ୍କ ବିବାଦ ଆରମ୍ଭ ହେଲା । ନୁସ୍ଲୀ ୱାଡିଆ ସାଇରସ ମିସ୍ତ୍ରୀ ଙ୍କୁ ହଟାଇବା ବିରୁଦ୍ଧ ରେ ଥିଲେ । ପରେ ସେ ରତନ ଟାଟା ଓ ଟାଟା ଶଂସ୍ ଉପରେ ମାନହାନି ମୋକଦ୍ଦମା ମଧ୍ୟ କରିଥିଲେ । ପରେ ସେ ଏହି ମକଦ୍ଦମା କୁ ଉଠାଇ ନେଇଥିଲେ , କିନ୍ତୁ ଏହାପରେ ଉଭୟ ବନ୍ଧୁ ଅଲଗା ହୋଇ ଯାଇଥିଲେ ।
