Odisha news

ସମ୍ଭାବ୍ୟ ବନ୍ୟା ସ୍ଥିତିରେ ରାଜ୍ୟ ଜଳସଂପଦ ମନ୍ତ୍ରୀଙ୍କ ସମୀକ୍ଷା

0

ଭୁବନେଶ୍ୱର, ୨୦ ଅଗଷ୍ଟ, ୨୦୨୦ : ରାଜ୍ୟରେ ଗତ କିଛି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛିା ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥିତିର ସମୀକ୍ଷା କରିଛନ୍ତିା

ବୈଠକରୁ ଜଣାଯାଇଛି ଯେ, ରାଜ୍ୟର ବିଭିନ୍ନ ନଦୀରେ ଜଳ ବିପଦ ସଂକେତର ଯଥେଷ୍ଟ ତଳେ ପ୍ରବାହିତ ହେଉଛିା ମହାନଦୀର ଉପରମୁଣ୍ଡରେ ଏବେ ବେଶି ବର୍ଷା ହେଉନାହିାଁ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହି ନଦୀରେ ମଧ୍ୟ ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ସବୁ ନଦୀର ଜଳପ୍ରବାହ ସ୍ଥିତିକୁ ଅନୁଧ୍ୟାନ କଲେ ବର୍ତ୍ତମାନ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଛନ୍ତିା

ତେବେ ଆଗାମୀ ଦିନରେ ଅଧିକ ବର୍ଷା ଓ ଜଳଭଣ୍ଡାରଗୁଡ଼ିକରେ ଜଳ ସ୍ଥିତିକୁ ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଦାୟିତ୍ୱ ଦେଇଥିଲୋ
ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା) ଇଂ ଧୀରେନ୍‍ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ ସ୍ଥିତି ଓ ଅନ୍ୟ ନଦୀରେ ପ୍ରବାହିତ ଜଳ ଓ ସେସବୁର ବିପଦ
ସଂକେତ ସ୍ତର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୋ

ବୈଠକରେ ଦର୍ଶାଯାଇଛି ଯେ, ବୈଷୟିକ ଜ୍ଞାନକୌଶଳ ଜରିଆରେ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀ ଓ ଅଧିକାରୀଙ୍କଠାରୁ ବିଭିନ୍ନ ନଦୀର ଜଳସ୍ତର ସ୍ଥିତି ତଥ୍ୟ ସଂଗ୍ରହ କରାଯାଇ ସମନ୍ୱିତ କରାଯାଉଛି, ଯାହାକି ଏବେ ବନ୍ୟା ନିୟନ୍ତ୍ରଣ  ପାଇଁ ନିଷ୍ପତ୍ତି ନେବାରେ ସହଜ ହେଉଛିା ସର୍ବୋଚ୍ଚ ଯନ୍ତ୍ରୀ ଇଂ ରଥ କହିଲେ ଯେ, ରେଙ୍ଗାଲୀ ଜଳଭଣ୍ଡାରରେ ଏବେ ଜଳ ସଂଗୃହୀତ ହୋଇରହୁଛିା ଆଗାମୀ ୨୩ ତାରିଖରୁ ବର୍ଷା ଯୋଗୁଁ ଯଦି ଅଧିକ ଜଳ ଜଳଭଣ୍ଡାରକୁ ଆସେ, ତେବେ ସ୍ଥିତିକୁ ଦେଖି ଜଳ ଛଡ଼ାଯାଇପାରୋ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ଅଧିକ ବର୍ଷା ନଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍‍ ଖୋଲାଯାଇଛିା

ବନ୍ୟା ନିୟନ୍ତ୍ରଣ, ଜଳବିଦୁ୍ୟତ ଶକ୍ତି ଉତ୍ପାଦନ, ଶିଳ୍ପ ଓ କୃଷି ପାଇଁ ଜଳଯୋଗାଣକୁ ଦୃଷ୍ଟିରେ ରଖି ହୀରାକୁଦରେ ଜଳ ନିୟନ୍ତ୍ରିତ କରି ଛଡ଼ାଯାଉଛିା ରାଜ୍ୟର ୧୧ଟି ନଦୀ ବେସିନ୍‍ରେ ବର୍ଷା ପରିମାଣ ସଂପର୍କରେ ମନ୍ତ୍ରୀ ଅବଗତ ହୋଇଥିଲୋ କ୍ଷେତ୍ର ସ୍ତରରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ପ୍ରତି ସତକ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲୋ

Leave A Reply