Odisha news

ମାଛ ଧରିବାକୁ ଯାଇ ଭାସିଗଲେ ଯୁବକ

0

ମାହାଙ୍ଗା୨୯ା୮ : କଟକ ଜିଲ୍ଲା ମାହାଙ୍ଗା ଥାନା ତ୍ରିବେଣୀଶ୍ୱର ବାଲିପଡିଆ ସାଇଫୋନ୍ ରେ ମାଛ ଧରିବାକୁ ଯାଇ ଜନୈକ ଯୁବକ ନିଖୋଜ ଥିବା ଜଣାପଡିଛି ।

ପ୍ରକାଶ ଯେ ଆଜି ଦିନ୧୧ ଟା ସମୟରେ ପଟ୍ଟାମୁଣ୍ଡାଇ କେନାଲରୁ ଦୀପାଂଚଳ ମଧ୍ୟକୁ ଯାଇଥିବା ସାଇଫୋନ୍ ନିକଟରେ ସାହାପୁର ଗ୍ରାମର ଛବି କବାଟ ୩୨ ବର୍ଷିୟ ଜଣେ ଯୁବକ ମାଛ ଧରୁଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ସାଇଫନ୍ ଭିତରକୁ ଖସିଯାଇ ସାଇଫନର ଗଭୀର ଜଳରେ ନିଖୋଜ ହୋଇଯାଇଥିଲେ ।

ଖବର ପାଇ ସାଲେପୁର ଓ କୁଆଁପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାସିଯାଇଥିବା ଯୁବକ ଜଣକ ଉଦ୍ଧାର ହୋଇପାରିନଥିବା ଜଣାପଡିଛି ।

Leave A Reply