Odisha news

ଭତ୍ତା ପାଇଁ ଦିନଗଣୁଛନ୍ତି ୬ହଜାର ବୃଦ୍ଧା ବୃଦ୍ଧ ଓ ଭିନ୍ନକ୍ଷମ

0

ଖଇରା,୨୯ ।୮ବାଲେଶ୍ୱର ଜିଲା ଖଇରା ବ୍ଲକରେ ସାମାଜିକ ନିରାପତ୍ତା ଯୋଜନା ରେ ଭତ୍ତା ନେଉଥିବା ବୃଦ୍ଧା ବୃଦ୍ଧ ଓ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରୁ ଅନୁ୍ୟନ ୩୫ ପ୍ରତିଶତ ହିତାଧିକାରୀଙ୍କୁ ଚଳିତ ମାସ ଭତ୍ତା ମିଳିନଥିବାରୁ ସେମାନଙ୍କର ଦୈନିକ ଗୁଜୁରାଣ ମେଣ୍ଟାଇବା କାଠିକର ପାଠ ହୋଇ ପଡିଛି । ଏବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ପଇସା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳକୁ ଦୌଡୁଥିଲେ ହେଁ ବିଡିଓ କିମ୍ବା ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ କାହାରି ଦେକାନପାଇ ଘରକୁ ନିରାଶ ହୋଇ ଫେରୁଛନ୍ତି ।

ଏଭଳି ଦୟନୀୟ ଅବସ୍ଥାରେ ଥିବା ଏହି ଅସହାୟ ବ୍ୟକ୍ତିମାନଙ୍କ ଅବସ୍ଥା ବୁଝି ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହୋଇଛି । ଖଇରା ବ୍ଲକ ର ୩୭ ପଞ୍ଚାୟତରେ ହାରାହାରି ୧୮ହଜାର ବୁଢୀବୁଢା ବିଧବା ଓ ଦିବ୍ୟାଙ୍ଗ ସାମାଜିକ ନିରାପତ୍ତା ଯୋଜାନରେ ଭତ୍ତା ଗ୍ରହଣ କରିଥାନ୍ତି । ଚଳିତ ମାସ ପ୍ରତି ପଞ୍ଚାୟତର ୧୫,୧୬ ଓ ୧୭ ତାରିଖ ୩ ଦିନ ଧରି ପ୍ରତି ୱାର୍ଡକୁ ଯାଇ ଭତ୍ତା ବାଣ୍ଟିବାକୁ ନିର୍ବାହୀ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ହେଲେ ୩ଦିନ ବଣ୍ଟାଯିବା ପରେ ଅର୍ଥ ଅଭାବରୁ ଅନ୍ୟୁନ ୬ହଜାର ହିତାଧିକାରୀ ବାଦ ପଡିଯାଇଥିଲେ ।

ଖୁବଶିଘ୍ର ବ୍ୟାଙ୍କରୁ ଟଙ୍କା ଆଣି ସେମାନଙ୍କ ଭତ୍ତାରାଶି ପ୍ରଦାନ କରାଯିବ ବୋଲି ପାଇନଥିବା ହିତାଧିକାରୀ ମାନଙ୍କୁ ଜଣାଇ ଦିଆଯାଇଥିଲା । ୧୫ଦିନ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ବକେୟା ଅର୍ଥରାଶି ପ୍ରଦାନ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ । ନିକଟରେ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦଙ୍କ ବଦଳୀ ଓ ସାମାଜିକ ନିରାପତ୍ତା ଅଧିକାରୀ ଚନ୍ଦ୍ରକାନ୍ତ ଭଲ୍ଲୁକଙ୍କ କାର୍ଯ୍ୟାଳୟରେ କ୍ରମାଗତ ଅନୁପସ୍ଥିତ ଭତ୍ତା ପ୍ରକ୍ରିୟାକୁ ଅଧିକ ଶିଥିଳ କରିଛି ।

ଏ ସମ୍ପର୍କରେ ଭତ୍ତା ଆଶାରେ ସାମାଜିକ ନିରାପତ୍ତା ବିଭାଗ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀ ମାନଙ୍କୁ ଗୋଟିଏ ଉତ୍ତର ଶୁଣିବାକୁ ମିଳୁଛି । ତାହା ହେଲା କରୋନା କର୍ମଚାରୀ ସଂକ୍ରମିତ ଥିବା ଯୋଗୁଁ ବ୍ଲକ ଟଙ୍କା ଜମାଥିବା ସୋର ର ଉକ୍ତ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଉଥିପାରୁନାହିଁ । ବ୍ୟାଙ୍କ ଖୋଲିବା ପରେ ଏହି ଅର୍ଥ ମିଳିବ । ଏହାକୁ ନେଇ ୬ହଜାର ବୁଢୀବୁଢା ଅନିଶ୍ଚିତତା ଦେଇ ଗତି କରୁଛନ୍ତି ।

ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କରାନଗଲେ ବାଦ ପଡିଥିବା ବୁଢୀବୁଢା ଦିବ୍ୟାଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚଳିତ ମାସ ଭତ୍ତାରୁ ବଞ୍ଚିତ ସନାତନ ପାଣିଗ୍ରାହୀ,ଚିନ୍ତାମଣି ବେହେରା,ଶୁକଦେବ ଦାସ , ମଙ୍ଗୁଳୁ ନାଇକି,ବାବୁରାମ ବାରିକ,ଶ୍ରୀରାମ ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଖଇରା ବ୍ଲକ ଦାୟିତ୍ୱରେ ଥିବା ସିମୁଳିଆ ବ୍ଲକ ବିଡିଓ ନରହରି ବେହେରାଙ୍କ ମତାମତ ନେବାରେ ସେ ଏ ବିଷୟରେ ଅବଗତ ନାହାଁନ୍ତି । ମଙ୍ଗଳବାର ଖଇରା ଗଲେ ଏ ବିଷୟରେ ବୁଝି ପଦକ୍ଷେପ ନେବେ ବୋଲି କହିଛନ୍ତି ।

Leave A Reply