Odisha news

ଅନୁଗୁଳ/ପାଲଲହଡା : ପଚାଂୟତ ସମିତି ସଭା ଗୃହରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

0

ଅନୁଗୁଳ/ପାଲଲହଡା: ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପାଲଲହଡା ଟାଉନ ମଧ୍ୟ ସ୍ଥଳରେ ଅବସ୍ଥିତ ପଚାଂୟତ ସମିତି ସଭା ଗୃହ ଠାରେ ବିଦ୍ୟୁତ୍ ସର୍ଟ ସର୍କିଟ ଘଟି କୋଠା ଭିତରେ ଥିବା ସମସ୍ତ ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଥିବାର ଦେଖା ଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିଲା । ଏହି ନିଆଁ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘଟିଥିବାର ଅନୁମାନ କରାଯାଉଛି । ଗତ ଦୁଇ ଦିନ ତଳେ ବ୍ଲକ କଲୋନୀ ରେ ରହୁଥିବା ବ୍ଲକ କମ୍ପ୍ୟୁଟର ବିଭାଗର ଡାଟାଏଟି୍ରଂ ଅପରେଟର ମାନସ ବିଶ୍ୱାଳଙ୍କ ସରକାରୀ ବାସଭବନରେ ସେଇ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ଓ ଧନ ସମ୍ପତି ପୋଡି ପାଉଁଶ ହୋଇଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁନଶ୍ଚ ଆଜି ସମିତି ସଭାଗୃହ ପୋଡି ଛାରଖାର ହୋଇଯିବା ଘଟଣା ସମ୍ପୃକ୍ତ ବିଭାଗ ପାଇଁ ପୋଡା ଘାଆରେ ବାଲି ସେକ ସଦୃଶ ବୋଲି ଆଲୋଚନା ଚାଲିଛି ।

Leave A Reply