ଅନ୍ତୁଳିଆ: କରୋନା ପାଇଁ ଜିଲ୍ଲାରେ ଲକ୍ ଡାଉନ୍ ପରିସ୍ଥିତିରେ ସାତକୋଶିଆ ବନଖଣ୍ଡରେ ଅବାଧ ଗଛ କଟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଖୋଦ ବନ ବିଭାଗ ନିଜର ଏକ ବିଟ୍ ହାଉସ ନିର୍ମାଣ ପାଇଁ ଶହ ଶହ ମୂଲ୍ୟବାନ ଗଛକୁ କାଟି ପକାଇଥିବା ଅଭିଯୋଗ ପରେ ବିବାଦ ଆରମ୍ଭ ହୋଇଛି । ସାତକୋଶିଆ ବନଖଣ୍ଡର ପମ୍ପାସର ବନାଚଂଳର ହିଂଜାଡୋଲି ଠାରେ ଏକ ବିଟ ହାଉସ ନିର୍ମାଣ ଚାଲିଛି । ସରକାରୀ ଏଷ୍ଟିମେଟ ଅନୁଯାୟୀ ବିଭାଗୀୟ କର୍ମଚାରୀ ଏହି ଘର ନିର୍ମାଣ କରୁଥିଲେ ମଧ୍ୟ ସମସ୍ତ ଆବଶ୍ୟକ ଜିନିଷ ପତ୍ର ପାଇଁ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଘରର ଛାତ ପଡିବା ପାଇଁ ଆବଶ୍ୟକ ସେଟରିଙ୍ଗ ନିମନ୍ତେ ବିଭାଗୀୟ ଜଗୁଆଳି ମାନଙ୍କ ଦ୍ୱାରା ଶହ ଶହ ଶାଳ ଏବଂ ମୂଲ୍ୟବାନ ଗଛ କାଟି ଦିଆଯାଇଛି । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀ ମାନଙ୍କ ବୟାନ ପରିସ୍ଥିତିକୁ ଗୋଳମାଳିଆ କରିଦେଇଛି । ପ୍ରଥମେ ଏହିସବୁ କାଠକୁ ଜବତ କାଠ କହିବା ପରେ ଧରା ପଡିଯିବା ଭୟରେ କଥା ବଦଳାଇ ଭୁଲ ବଶତଃ ବାଉଁଶ ବଦଳରେ ଜଗୁଆଳି ମାନେ କାଠ କାଟିଦେଇଥିବା କୁମୁରି ବନପାଳ ଙ୍କ ବେଶ୍ ହାସ୍ୟାସ୍ପଦ ହୋଇଛି । ଏପରି ବୟାନ ଦେବାର କିଛି ସମୟ ପରେ ଗଣ ମାଧ୍ୟମ ଆଗରେ ଜଙ୍ଗଲ ବିଭାଗ ନିଜ ଘର ପାଇଁ ଜଙ୍ଗଲରୁ କାଠ କାଟି କିଛି ଭୁଲ କରି ନଥିବା ଦେଇଥିବା ବୟାନବାଜୀ ଏବେ ଚର୍ଚାରେ ରହିଛି । ପ୍ରକାଶ ଥାଉକି ସାତକୋଶିଆ ଅଭୟାରଣ୍ୟରେ ଶୁଖିଲା ପତ୍ର ଟିଏ ମଧ୍ୟ ଛୁଇଁବାକୁ ସୁପ୍ରିମ କୋର୍ଟର ନିଷେଦ୍ଧାଦେଶ ରହିଥିବା ବେଳେ କାହା ନିଦେ୍ର୍ଦଶରେ ପମ୍ପାସର ବନାଚଂଳ ଅଧିକାରୀ ଏବଂ କୁମୁରି ବନପାଳ ଏପରି ସାହସ କରିଛନ୍ତି ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜଙ୍ଗଲରୁ ଜାଳେଣି ପାଇଁ ଜଙ୍ଗଲ ଭିତରେ ରହୁଥିବା ଅଧିବାସୀ ଭୁଲ ବଶତଃ ଶୁଖିଲା କାଠ କାଟିଲେ ସେମାନଙ୍କୁ ବାନ୍ଧିଆଣି ଜେଲ ପଠାଇ ଦିଆ ଯାଉଥିବା ବେଳେ ବନ ବିଭାଗ ବ୍ୟବସାୟୀକ ଉଦେ୍ଦଶ୍ୟରେ କିପରି ଶହ ଶହ କାଠ କାଟିଲେ ସେ ନେଇ ଅସନ୍ତୋଷ ଦେଖା ଦେଇଛି । ଏ ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ରାମସ୍ୱାମୀ ପ୍ରଥମେ ନିଜ କର୍ମଚାରୀଙ୍କ କଥାକୁ ସମର୍ଥନ କରି ଜବତ କାଠ କହିଥିଲେ ମଧ୍ୟ ପରେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ପମ୍ପାସର ବନାଚଂଳ ଅଧିକାରୀଣୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ମଙ୍ଗଳବାର ଘଟଣା ସମ୍ପର୍କରେ ଖୋଳତାଡ କରିବା ପରେ ରାତି ଅଧରେ ହିଂଜାଡୋଲି ଫାଟକ ପାଖରେ ପହଚିଂବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ପ୍ରକାଶ ଯୋଗ୍ୟକି ବନ ବିଭାଗର ଅଧିକାରୀ ମାନଙ୍କ ଏହିପରି କାର୍ଯ୍ୟକଳାପ ଯୋଗୁଁ ଅସନ୍ତୁଷ୍ଟ ସ୍ଥାନୀୟ ଅଧିବାସୀଙ୍କ ବିରୋଧାଭାସ ଯୋଗୁଁ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାକୁ ଏବେ ସ୍ଥଗିତ ରଖା ଯାଇଛି ।