ଆଜି ମଣିଷ ଅଧିକ ରୋଗ ଗ୍ରସ୍ତ ହେବାର କାରଣ ହେଲା ଖରାପ ଲାଇଫ ଷ୍ଟାଇଲ ଅଟେ l ତେଣୁ ମଣିଷ ଅନେକ ପ୍ରକାର ରୋଗ ଦ୍ୱାରା ପୀଡିତ ହୋଇଥାଏ l ସେହିସବୁ ରୋଗ ମଧ୍ୟରୁ ଗୋଟିଏ ହେଉଛି ଫ୍ୟାଟି ଲିଭର ସମସ୍ୟା l ଯଦି ଆମେ ଏମିତିରେ ଦେଖିବା ଫ୍ୟାଟି ଲିଭର ସମସ୍ୟା ଲିଭର ଷୋରିଆସିସ ଆଡକୁ ଟାଣି ନେଇଥାଏ l ଏଥିପାଇଁ ଆମର ବିଶେଷ ଭାବେ ୪ଟି ଅଭ୍ୟାସ ଦାୟୀ ରହିଥାଏ l
* ଅତ୍ୟଧିକ ମଦ୍ୟପାନ ସେବନ ଧୀରେ ଧୀରେ ଲିଭର କୁ ବିଷାକ୍ତ ପଦାର୍ଥ ବାହାର କରିବାର କ୍ଷମତା କୁ ନଷ୍ଟ କରି ଦେଇଥାଏ l ଏହାର ପରିଣାମ ସ୍ୱରୂପ ଲିଭର ଫୁଲି ଯାଇଥାଏ, ଷୋରିଆସିସ ଓ ଫ୍ୟାଟି ଲିଭର ହୋଇଥାଏ l ଅଧିକ ମଦ୍ୟ ପାନ ଦ୍ୱାରା ଲିଭର ରେ ଫ୍ୟାଟ ଜମା ହୋଇ ଯାଇଥାଏ କି ଏହି ସମସ୍ୟା କୁ ଆଲକୋହଲ ରିଲେଟେଡ ଫ୍ୟାଟି ଲିଭର ଡିଜିଜ କୁହାଯାଇ ଥାଏ l
* ବ୍ୟାୟାମ ନିୟମିତ ନକରିବା ଦ୍ୱାରା ଲିଭର ପ୍ରତି ବିପଦ ବଢି ଯାଇଥାଏ l ଅତ୍ୟଧିକ ମୋଟାପା ଓ ଓଜନ ବୃଦ୍ଧି ଲିଭର ପାଇଁ ବିପଦ ସୃଷ୍ଟି କରିଥାଏ l ଲିଭର ସମ୍ବନ୍ଧିତ ଏହି ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଲିଭର ର ଚତୁର୍ପାର୍ଶ୍ୱରେ ଚର୍ବି ବୃଦ୍ଧି ହୋଇଥାଏ l ସେଥିପାଇଁ ଲିଭର କୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ଜରୁରୀ ଅଟେ l ନିୟମିତ ଭାବରେ ବ୍ୟାୟାମ କରିବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ l
* ଇନ୍ସୁଲିନ ପ୍ରତିରୋଧ ଓ ଟାଇପ 2 ମଧୁମେହ ଗୋଟିଏ ଏଭଳି ସ୍ଥିତି ଯେଉଁ ଥିରେ ଶରୀରର କୋଷିକା ଇନ୍ସୁଲିନ ପ୍ରତି ଠିକ ଭାବରେ ପ୍ରତିକ୍ରିୟା ଏଇ ନଥାଏ l ଯାହାକି ଫ୍ୟାଟି ଲିଭର ର ଗୋଟିଏ କାରଣ ଅଟେ l ଯେତେବେଳେ କୋଷିକା ଇନ୍ସୁଲିନ ପ୍ରତିରୋଧି ହୋଇ ଯାଇଥାଏ ସେତେବେଳେ ଅଗ୍ନାଶୟ ଅଧିକ ଇନ୍ସୁଲିନ ଉତ୍ପାଦନ କରିଥାଏ l ଏହି ଅତ୍ୟଧିକ ଇନ୍ସୁଲିନ ଫ୍ୟାଟି ଲିଭର ସମସ୍ୟାର କାରଣ ହୋଇଥାଏ l ତେଣୁ ମଧୁମେହ କୁ ନିୟନ୍ତ୍ରଣ ରଖିବା ଜରୁରୀ l
* ଅତ୍ୟଧିକ ଫ୍ୟାଟି ଫୁଡ, ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଫ୍ୟାଟି ଲିଭର ର କାରଣ ହୋଇଥାଏ l ଖୁବ ଅଧିକ କୋଳଡ଼ ଡ୍ରିଂକ୍ସ ସେବନ, ଜଙ୍କ ଫୁଡ, ପ୍ରୋସେସଡ଼ ଫୁଡ, ଫାଷ୍ଟ ଫୁଡ, ଷ୍ଟ୍ରିଟ ଫୁଡ ଖାଇବା ଲିଭର ପ୍ରତି ବିପଦ ପୁର୍ଣ ହୋଇଥାଏ l ଏହାଛଡା ମିଠା ଜିନିଷ ଖାଇବା ମଧ୍ୟ ଲିଭର ପ୍ରତି ବିପଦ ପୁର୍ଣ l ତେଣୁ ନିୟମିତ ସତେଜ ପନିପରିବା ଓ ଫଳମୂଳ ଫ୍ୟାଟି ଲିଭର ଠାରୁ ଦୁରେଇ ରଖିଥାଏ l