Odisha news

ନବନିର୍ମାଣ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

0

କୁଜଙ୍ଗ,୧୦ା୮: ନବନିର୍ମାଣ କୃଷକ ସଂଘ ପକ୍ଷରୁ କୃଷକ ନେତା ମାନେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୩ ଦଫା ଦାବି ନେଇ ଏକ ସ୍ମାରକ ପତ୍ର କୁଜଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।

ସୁନିଶ୍ଚିତ ଜଳସେଚନ ବ୍ୟବସ୍ଥା, ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା, କୃଷିତ ଋଣ ଛାଡ, ରିହାତି ମୂଲ୍ୟରେ ସାର ବିହନ ଓ ଔଷଧ ଯୋଗାଣ, ମଣ୍ଡିରେ ଚାଷୀ ମାନଙ୍କୁ ସିଧା ଧାନ ବିକ୍ରିର ସୁଯୋଗ, ଓଡିଶାରେ ନିଶାନିବାରଣ ଆଇନକୁ କାର୍ଯ୍ୟକାରୀ କରିବା, କୁଜଙ୍ଗରେ ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ଥାନୀୟ ଶିଳ୍ପରେ ନିଯୁକ୍ତି, କାଳିଆ ଯୋଜନାରେ ଯେଉ ଅଧିକାରୀଙ୍କ ଯୋଗୁ ବହୁ ଯୋଗ୍ୟ ହତାଧିକାରୀ ବାଦ ପଡିଛନ୍ତି ଓ ଅଯୋଗ୍ୟ ହିତାଧିକାରୀ ସମିଲି ହୋଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଅମ୍ଫାନରେ କ୍ଷତି ପୂରଣ ପାଇନଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହ ୧୩ ଦଫା ଦାବି ନେଇ ଆଜି କୁଜଙ୍ଗ ତହିସିଲଦାରଙ୍କୁ କୃକଷ ସଂଘର ସଦସ୍ୟ ମାନେ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି ।

ସଂଘ ନେତା ବାବୁରାମ ଚୌଧୁରୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀ ନେତା ନୂତନ ତ୍ରିପାଠୀ, ବିଭୂତି ଭୂଷଣ ଜେନା, ସମୀର ରାଉତ, ପ୍ରମୋଦ କୁମାର ଜେନା, ଧୀରେନ୍ଦ୍ର ସ୍ୱାଇଁ, ଦେବୀ ପ୍ରସାଦ ପଟ୍ଟନାୟକ, ନବୀନ କୁମାର ପ୍ରଧାନ, ତରଣୀ ରାଉତ, ଜାନକୀ ମହାରଥା, ସୌଦାବିନୀ ସ୍ୱାଇଁ, ନଟବର ଶେଣ, ଶଙ୍କର ଦାସ, ଧରଣୀଧର ମହାପାତ୍ର ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ସରକାର ଏହାକୁ ଗ୍ରହଣ ନକରନ୍ତି ତେବେ ସଂଘ ତାର ଆନେ୍ଦାଳନକୁ ବ୍ୟପକ କରିବ ବୋଲି ଚେତାବନୀ ଦେଇଥିଲେ ।

Leave A Reply