୨୦୨୩-୨୪ରେ ୧୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱର୍ କୃଷି ଯନ୍ତ୍ରପାତି ବିକ୍ରିର ଓ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱର୍ ରିହାତି ଚାଷୀମାନଙ୍କୁ ପ୍ରଦାନର ଆଶା ରହିଛି : କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଜିଲ୍ଲାସ୍ତରୀୟ ଓ ସବ୍ଡିିଭିଜନ୍ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଯୋଗୁ
କୃଷି ଯନ୍ତ୍ରପାତି ବ୍ୟବହାର ଦିଗରେ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧିା
୪ଟି ଆଞ୍ଚଳିକ କୃଷି ମେଳା, ୨୬ଟି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା
ଓ ୨୮ଟି ସବ୍ଡିଭିଜନ୍ସ୍ତରୀୟ ମେଳାର ଆୟୋଜନା
କୃଷି ଯାନ୍ତ୍ରିକୀକରଣ ଫଳରେ କୃଷି କ୍ଷେତ୍ରରେ ମହିଳାମାନଙ୍କ ଶ୍ରମ ଲାଘବ ହୋଇପାରୁଛିା
ଭୁବନେଶ୍ୱର, ଜାନୁଆରୀ ୦୫, ୨୦୨୪
ଆଞ୍ଚଳିକ କୃଷି ମେଳା ସହିତ ଜିଲ୍ଲାସ୍ତରୀୟ ଓ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଯୋଗୁ କୃଷି ଯନ୍ତ୍ରପାତି ଓ ଉପକରଣର ବହୁଳ ବ୍ୟବହାର ଦିଗରେ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛିା ୨୦୨୨-୨୩ ବର୍ଷରେ ରାଜ୍ୟରେ ମୋଟ ୮୦୦ କୋଟି ଟଙ୍କାର କୃଷି ଯନ୍ତ୍ରାପାତି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇ ଏ ଦିଗରେ ୨୯୬.୬୮ କୋଟି ଟଙ୍କା ରିହାତି ପ୍ରଦାନ କରାଯାଇଥିବାବେଳେ ୨୦୨୩-୨୪ ବର୍ଷରେ ଚାଷୀମାନଙ୍କ ଦ୍ୱାରା ଅଗ୍ରୀମ ବୁକିଂ ଏବଂ ପରମିଟ୍ ପ୍ରଦାନ ଦୃଷ୍ଟିରୁ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକି୍ର ଓ ରିହାତି ରାଶି ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱର୍ ହେବାର ଆଶା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
କୃଷି କ୍ଷେତ୍ରରେ ଉତ୍ପାଦିକତା ବୃଦ୍ଧି, ଖାଦ୍ୟଶସ୍ୟ ଉପଲବ୍ଧତାକୁ ବଢ଼ାଇବା ଏବଂ କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି ଏବଂ ଦୁର୍ଲଭ ପ୍ରାକୃତିକ ସଂପଦର ନ୍ୟାୟସଂଗତ ଉପଯୋଗକୁ ସହଜତର କରିବା ସହିତ କୃଷି ଶ୍ରମିକ ହ୍ରାସ ସମସ୍ୟାର ଦୂରୀକରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଯାନ୍ତ୍ରିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛିା ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆକର୍ଷଣୀୟ ରିହାତିର ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା କ୍ଷେତ୍ରସ୍ତରରେ କୃଷକମାନଙ୍କୁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷରେ ୪ ଗୋଟି ଆଞ୍ଚଳିକ କୃଷି ମେଳା ସମେତ ୨୬ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଥିଲାା ସୂଚନାଯୋଗ୍ୟ ଯେ ଜିଲ୍ଲାସ୍ତରୀୟ ମେଳାର ଆୟୋଜନ ପୂର୍ବରୁ ଯନ୍ତ୍ରପତି କିଣିବା ବାବଦରେ କୃଷକ ହିତାଧିକାରୀଙ୍କୁ ମୋଟ ୧୦୦ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଥିଲାା କ୍ଷେତ୍ରସ୍ତରରେ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ଯୋଗୁ କୃଷକମାନଙ୍କ ଉପରେ ସକରାତ୍ମକ ପ୍ରଭାବରୁ ୨୦୨୨-୨୩ ବର୍ଷରେ ମୋଟ ୮୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଓ ଉପକରଣ ବିକି୍ର ହୋଇଥିଲା ଏବଂ ଏ ବାବଦରେ ଅଧିକ ୨୦୦ କୋଟି ଟଙ୍କାର ରିହାତି ରାଶି ସିଧାସଳଖ କୃଷକମାନଙ୍କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲାା ୨୦୨୨-୨୩ ବର୍ଷରେ ସମୁଦାୟ ୨୯୬ କୋଟି ୬୮ ଲକ୍ଷ ଟଙ୍କା ରିହାତି ରାଶି ପ୍ରଦାନ କରାଯାଇଥିବାବେଳେ ୨୦୨୩-୨୪ ବର୍ଷରେ ରାଜ୍ୟ ଯୋଜନାରେ ୪୧୨ କୋଟି ଟଙ୍କାର ରିହାତି ରାଶି ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା
ଅଦ୍ୟାବଧି ୪୯,୨୫୯ ଜଣ ହିତାଧିକାରୀ ଚାଷୀଙ୍କୁ ୫୯,୮୦୭ଟି କୃଷି ଯନ୍ତ୍ରପାତି ଓ ଉପକରଣ ଦିଆଯାଇ ସାରିଲାଣିା ୨୦୨୩-୨୪ ବର୍ଷରେ ଅଦ୍ୟାବଧି ମୋଟ ୧୦୧୫.୫୯ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଯୋଗାଣ ହୋଇଥିବାବେଳେ ଏ ବାବଦରେ ମୋଟ ୩୬୩.୫୭ କୋଟି ଟଙ୍କା ସବ୍ସିଡି ଆକାରରେ ପ୍ରଦାନ କରାଯାଇଛିା ମୋଟ ୪୯,୨୫୯ କୃଷକ ହିତାଧିକାରୀଙ୍କ ମଧ୍ୟରେ ୧୩,୪୧୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନ୍ତର୍ଭୁକ୍ତା
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କୃଷି ଯନ୍ତ୍ରପାତି ନିମନ୍ତେ ସାଧାରଣ ବର୍ଗର କୃଷକମାନଙ୍କୁ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦେଉଥିବାବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳା କୃଷକଙ୍କ ପାଇଁ ୫୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତିା ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କୃଷି ଯନ୍ତ୍ରପାତି କିଣିବା, ବ୍ୟବହାର ଏବଂ ଭଡ଼ା ପାଇଁ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛିା ଏହା ଫଳରେ କୃଷି କ୍ଷେତ୍ରରେ ମହିଳାମାନଙ୍କ ଶ୍ରମ ଲାଘବ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା
ଗତବର୍ଷର କୃଷି ଯନ୍ତ୍ରପାତି ମେଳାର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବରଗଡ଼, ଜୟପୁର, ବାଲେଶ୍ୱର ଓ ବ୍ରହ୍ମପୁରଠାରେ ଚାରୋଟି ଆଞ୍ଚଳିକ କୃଷି ମେଳା ଓ ୨୬ ଗୋଟି ଜିଲ୍ଲାସ୍ତରୀୟ ମେଳାର ଆୟୋଜନ ସହିତ ୨୮ ଗୋଟି ସବ୍ଡିଭିଜନ୍ସ୍ତରୀୟ ମେଳାର ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା ଏହା ଦ୍ୱାରା ଗୋଟିଏ ମଞ୍ଚରେ କୃଷି ଯନ୍ତ୍ରପାତି ଓ ଉପକରଣ ନିର୍ମାତା, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଏକତି୍ରତ ହୋଇପାରୁଛନ୍ତି ଏବଂ ଚାଷୀମାନଙ୍କ ମଧ୍ୟରେ କୃଷି ଯାନ୍ତ୍ରିକୀକରଣ ଦିଗରେ ସଚେତନତା ବୃଦ୍ଧି ପାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ
କହିଛନ୍ତିା