ବାରିପଦା : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ କୃଷି ନିତୀ ନିର୍ଦ୍ଧାରଣ କମିଟିର ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫାସଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ଉକ୍ତ ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନ୍ଦ୍ର କୁମାର ଖଟୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ଖରିଫ ଫସଲ-୨୦୨୨ ପାଇଁ ଜିଲ୍ଲାର କୃଷି ଯୋଜନା କାର୍ଯ୍ୟଖସଡା ଉପସ୍ଥାପନ କରି ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ସହକାରୀ ନିଦେ୍ର୍ଦଶକ (କୃଷି) ଡଃ ମନୋଜ କୁମାର ଚାନ୍ଦ ପାୱାର ପଏଣ୍ଟ ମାଧ୍ୟମରେ ୨୦୨୧-୨୨ ବର୍ଷର ଜିଲ୍ଲାରେ ରବି ଫସଲର ଲକ୍ଷ୍ୟଧାର୍ଯ୍ୟ ବିଭିନ୍ନ ଫସଲର ଉତ୍ପାଦନର ସଫଳତା ଏବଂ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହା ଉପରେ ଆଲୋଚନା ମୂଳକ ସମୀକ୍ଷା କରାଯାଇ ବିବରଣୀ ଦୃଢୀକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ତତ୍ପରେ ଚଳିତ ବର୍ଷରେ ଖରିଫ ଫସଲ-୨୦୨୨ କାର୍ଯ୍ୟଖସଡା ଉପରେ ସବିଶେଷ ଆଲୋଚନା କରାଯାଇ ମୋଟ୍ ୪,୦୬,୦୦୦ ହେକ୍ଟର ·ଷ ଜମିରେ ବିଭିନ୍ନ ଖରିଫ ଫସଲ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି । ବିଭିନ୍ନ ଫସଲ ମଧ୍ୟରେ ଅଧିକ ଅମଳକ୍ଷମ ଧାନ ୨,୬୯,୭୬୧ ହେକ୍ଟର, ଦେଶୀୟ ଧାନ-୧୩,୨୩୯ ହେକ୍ଟର ମୋଟ୍ ୨,୮୩,୦୦୦ ହେକ୍ଟର ଜମିରେ ଧାନ ଫସଲ, ମକା-୪,୯୧୦ ହେକ୍ଟର, ବାଜରା ଓ ମାଣ୍ଡିଆ ଆଦି ଫସଲ-୩,୯୫୩ ହେକ୍ଟର, ମୁଗ, ବିରି ଓ ହରଡ ଆଦି ଡାଲିଜାତୀୟ ଫସଲ ୪୭,୯୦୯ ହେକ୍ଟର, ଚିନାବାଦାମ, ରାଶି, ସୂର୍ଯ୍ୟମୁଖୀ ଆଦି ତୈଳବୀଜ ଜାତୀୟ ଫସଲ ୭,୦୧୦ ହେକ୍ଟର ତନ୍ତୁଜାତୀୟ ଫସଲ-୮୯୯ ହେକ୍ଟର, ପନିପରିବା ଜାତୀୟ ଫସଲ ୪୪,୨୯୧ ହେକ୍ଟର, ମସଲା ଜାତୀୟ ଫସଲ- ୧୩,୮୨୮ ହେକ୍ଟର ଜମିରେ ଚଳିତ ଖରିଫ ଋତୁରେ ବିଭିନ୍ନ ଫସଲ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ କୃଷିଯାନ୍ତ୍ରୀକ କୌଶଳ ପ୍ରଣାଳୀରେ ସଂଘନ/ମିଶ୍ରିତ ତଥା ଅର୍ଥକାରୀ ଫସଲ ·ଷ କରାଯିବା ଦିଗରେ ·ଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେବାକୁ ଗୁରୁତ୍ୱ ଦିଆଯାଇଅଛି ।
ଲକ୍ଷ୍ୟଧାର୍ଯ୍ୟ କରାଯାଇ ଥିବା ବିଭିନ୍ନ ଫସଲର ବିହନ ଯଥା ଅଧିକ ଅମଳକ୍ଷମ ଧାନବିହନ-୧୪,୫୭୦ କ୍ୱିଣ୍ଟାଲ, ମୁଗ, ବିରି, ହରଡ ଚିନବାଦାମ ଖସା ଆଦି ବିହନ ୯୩୦ କ୍ୱିଣ୍ଟାଲ, ଏହିପରି ମୋଟ ୧୫,୫୦୦ କ୍ୱିଣ୍ଟାଲ ବିହନ ସମବାୟ ବିଭାଗର ୫୨ଗୋଟି ଲ୍ୟାମ୍ପସ/ଘରଇ କ୍ଷମତା ପ୍ରାପ୍ତ ବିକ୍ରେତାଙ୍କ ମାଧ୍ୟମରେ ଜିଲ୍ଲାର ·ଷୀମାନଙ୍କୁ ଉଚିତ୍ ଦରରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ, ୪୫,୪୦୦ ମେଟ୍ରିକ ଟନ୍ ରାସାୟନିକ ସାର ୫୦ଗୋଟି ପାଇକାରୀ ଓ ୬୫୩ ଗୋଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ·ଷୀମାନଙ୍କୁ ଠିକ୍ ସମୟରେ ଉଚିତ୍ ମୂଲ୍ୟରେ ଯୋଗାଇ ଦେବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ଫସଲର ଉତ୍ପାଦନ ବୃଦ୍ଧି ପାଇଁ ନାଇଟ୍ରଜେନିଅସ,ଫସଫରସ୍, ପଟାସିୟମ ଆଦିଗୁଣ ଯୁକ୍ତ ସାର ହେକ୍ଟର ପ୍ରତି ୫୭.୧୭ କିଗ୍ରା ହିସାବରେ ବ୍ୟବହାର ପାଇଁ ଲକ୍ଷଧାର୍ଯ୍ୟ କରାଯାଇଅଛି । ସେହିପରି ଚଳିତ ଖରିଫ ଋତୁରେ ଜିଲ୍ଲାର ·ଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ ରାଷ୍ଟ୍ରାୟତ ବାଣିଜ୍ୟ ବ୍ୟାଙ୍କ/ନାବାଡ୍ ସହାୟତାରେ ଲକ୍ଷ୍ୟଧାର୍ଯ୍ୟ ଥିବା ୭୧୭ କୋଟି କୃଷୀଋଣ ଯୋଜନାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଅଛି ।
ଫସଲବୀମା ଯୋଜନାରେ ·ଷୀମାନଙ୍କୁ ନିର୍ଦ୍ଧାରିତ ଥିବା ନିୟମାନୁସାରେ ବିମାଭୁକ୍ତ କରାଯିବା, ରାଜ୍ୟ/ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ଓ ସମସ୍ତ କୃଷି ଭିତ୍ତିକ କାର୍ଯ୍ୟକ୍ରମରେ ·ଷୀଙ୍କୁ ବୈଷୟିକ ଜ୍ଞାନଦକ୍ଷତା ପରାମର୍ଶ ଦେବାକୁ ଗୁତ୍ୱାରୋପ କରାଯାଇଅଛି । ଉଦ୍ୟାନ କୃଷି କାର୍ଯ୍ୟଖସଡାରେ ଲକ୍ଷ୍ୟଧାର୍ଯ୍ୟ ଥିବା ବିଭିନ୍ନ ଫଳ·ଷ ଓ ପନିପରିବା ·ଷ ଉଦ୍ୟାନୃକୃଷି ଭିତ୍ତିକ ·ଷ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ ରହିଛି । ଏଥିସହିତ ବୈଠକରେ ଜିଲ୍ଲା କୃଷି ବିଭାଗୀୟ ପ୍ରତ୍ୟେକ ତତ୍ତ୍ୱାବଧାନ ପରି·ଳିତ କୃଷି ବୈଷୟିକ ପରି·ଳନା ସଂସ୍ଥା(ଆତ୍ମା) ଯୋଜନା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନାମୂଳକ ସମୀକ୍ଷା କରାଯିବା ସହିତ ଉକ୍ତ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଫସଲ ·ଷ ପାଇଁ କୃଷି ଯନ୍ତ୍ରପାତିର ଜ୍ଞାନକୌଶଳ ଉପଯୋଗ କରାଯିବା ଏବଂ କ୍ଷେତ୍ର ପ୍ରଦର୍ଶନୀ ·ଷପାଇଁ ·ଷୀମାନଙ୍କୁ ପରାମର୍ଶ ଦେବା, ବିଭିନ୍ନ କୃଷି ଯନ୍ତ୍ରପାତି ଉପକରଣ ଟ୍ରାକ୍ଟର, ରୋଟାବେଟର, ପାୱାରଟିଲର, ଥ୍ରେସର, କମ୍ବାଇନ ହାରଭେଷ୍ଟର ଆଦି ରିହାତି ସୁବିଧା ସୁଯୋଗ ହୀତାଧିକାରୀ ·ଷୀ ଉପଯୋଗ କରିପାରିବେ ସେଥିପ୍ରତି ଧ୍ୟାନଦେଇ କାର୍ଯ୍ୟକ୍ରମ ତ୍ୱାରନ୍ନିତ କରାଯିବା ସହିତ କୃଷି ଭିତ୍ତିକ ଜ୍ଞାନଦକ୍ଷତା ବୃଦ୍ଧି ପାଇଁ କୃଷି ବିଭାଗୀୟ କ୍ଷେତ୍ର ଅଧିକାରୀ ତଥା କର୍ମ·ରୀମାନଙ୍କ ସମନ୍ୱୟରେ ଜିଲ୍ଲାର ·ଷୀମାନଙ୍କୁ ଗ୍ରାମପଞ୍ଚାୟତ କର୍ମଶାଳା/ତାଲିମ ପ୍ରଦାନ କରିବାପାଇଁ ଗୁରୁତ୍ୱରୋପ କରାଯାଇ ଥିବାବେଳେ ·ଷୀମାନଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଠିକ୍ ସମୟରେ କୃଷି ଋଣ ଯୋଗାଇଦେବା ସଂପୃକ୍ତ କୃଷିବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ସର୍ବୋପରି ଜିଲ୍ଲାରେ କୃଷି ଓ କୃଷକର ବିକାଶ ତଥା କୃଷିଉତ୍ପାଦନ ବୃଦ୍ଧି ପାଇଁ ଗ୍ରାମସ୍ତରରେ ·ଷୀମାନଙ୍କୁ ଧ୍ୟାନ ଦେଇ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ ବୈଠକରେ ବ୍ୟାଙ୍କ ଅଫ ଇଣ୍ଡିଆ ଏଲ୍ଡିଏମ୍ ଦୁଲାରମ ମାଝୀ, ଡିଡିଏମ ନାବାର୍ଡ ସ୍ମୃତିରଂଜନ ପଟ୍ଟନାୟକ ଗ୍ରାମ୍ୟବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ, ଉଦ୍ୟାନ କୃଷି ଉପନିଦେ୍ର୍ଦଶକ, ରମାକାନ୍ତ ଗିରି ଜିଲ୍ଲା ପ୍ରମୁଖ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାକୃଷି ଅଧିକାରୀ,ବ୍ଲକ କୃଷି ଅଧିକାରୀ,କୃଷି ନର୍ବାହୀଯନ୍ତ୍ରୀ, ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ, ସଂପୃକ୍ତ ବିଭିନ୍ନ ଲାଇନ୍ ବିଭାଗ ପଦାଧିକାରୀ ଏବଂ ଆତ୍ମା ପରି·ଳନା, ମଣ୍ଡଳୀର ସଭ୍ୟ/ସଭ୍ୟା ତଥା ସମ୍ପୃକ୍ତ କୃଷିଭିତିକ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
