Odisha news

ବିଜେପିର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ

0

ବାରିପଦା  : ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ସଭାପତିତ୍ୱରେ ଏବଂ ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କ ଆହ୍ୱାନ କ୍ରମେ ସର୍ବଭାରତୀୟ ସ୍ଥରରେ ମୋଦି ସରକାରଙ୍କ ଦ୍ୱିତୀୟପାଳିର ତୃତୀୟ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମଇ ୩୧ତାରିଖ ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବଭାବେ ପାଳନ କରିବାକୁ ଯାଉଥିବାବେଳେ ସେ କାର୍ଯ୍ୟକ୍ରମକୁ କିଭଳି ଭାବେ ସଫଳ ରୂପାୟନ କରିଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟସମ୍ପାଦକ ତଥା ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନୁ୍ୟ ସେଠୀ, ରାଜ୍ୟ ସହରାଞ୍ଚଳ ସଂଯୋଜକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାରରଞ୍ଜନ ମୋଦି, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡସାହି ବିଧାୟକ ସନାତନ ବିଜୁଳି, ସୁଜାତା ମୁର୍ମୁ, ସୁଗଦା ମୁର୍ମୁ, ଜିଲ୍ଲା ଉପସଭାପତି ବିଷ୍ଣୁ ଶତପଥୀ, ପ୍ରଦୀପ ମହାନ୍ତି, ପ୍ରଦିପ ପରିଡା, ଜିଲ୍ଲା ସାଧାରଣ ସମ୍ପାଦକ ଇଂ ବିଜୟ କୁମାର ଦାସ, ପ୍ରବୀନ୍ କୁମାର ପାତ୍ର ପ୍ରମୁଖ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କିଭଳି ଭାବେ ମୋଦିଙ୍କ ଏ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଯୋଜନା କରାଯିବା ସହ ଏହି ବାର୍ତ୍ତାକୁ କିଭଳି ବିଭିନ୍ନ ସଭାସମିତି ଏବଂ ର୍ୟାଲି ମାଧ୍ୟମରେ କରାଯିବ ତାର ରୂପରେଖ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ କାଉନ୍ସିଲର ରାଜ୍ ଗୁପ୍ତା, ମମତା ସାହୁ, ମମତା ମଣ୍ଡଳ, ଶୋଭାବତି ଓତା, ପାଏଲ ରାୟ, ବଳରାମ ସାହୁ, ଦେବବ୍ରତ ସାମଲ, ସରୋଜିନୀ କିସ୍କୁ, ଭାଗ୍ୟଲକ୍ଷ୍ମୀ ନାଏକ, ହେମଲତା ଦାଶ, ସୁଜାତା ଷଡଙ୍ଗୀ, କୁମାର ମଙ୍ଗଳମ, ଶଶିଶେଖର ମୁଣ୍ଡା, ରାଜୁ ସାହା, ଫଗୁ ହାଁସଦାଃ, ପ୍ରକାଶ ଅଗ୍ରୱାଲ, ନିରଞ୍ଜନ ଦାଶ, କାଳିଚରଣ ନାଏକ ଓ ଟିକି ମୋଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Nalco
Leave A Reply