Odisha news

ହିନ୍ଦୁସ୍ତାନ ଏଜେନ୍ସିର ଶ୍ରମିକ ମାରଣନୀତିକୁ ବରଦାସ୍ତ କରାଯିବ ନାହିଁ : ନେସ୍କୋ ପାୱାର ଏମ୍ପ୍ଲୋଇଜ୍

0

ବାରିପଦା  : ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ବାରିପଦା ଓ ଉଦଳା ଡିଭିଜନ୍ ଅଧିନରେ ଥିବା ପ୍ରତ୍ୟେକ ସେକ୍ସନ ଅଫିସ ସମ୍ମୁଖରେ ଠିକା ବିଦୁ୍ୟତ୍ କର୍ମଚାରୀମାନେ ପୂର୍ବରୁ ଦିଆଯାଇଥିବା ୧୦ଦଫା ଦାବିପତ୍ର ଅନୁସାରେ ଧାରଣାରେ ବସିଥିଲେ । ଏହି ଧାରଣା ଆଜି ଗୁରୁବାର ଓ ଆସନ୍ତାକାଲି ଶୁକ୍ରୁବାର ଦୁଇଦିନ ପାଇଁ ପ୍ରତ୍ୟେକ ସେକ୍ସନ ଅଫିସକୁ ପ୍ରଦାନ କରାଯିବା ସହ ଧାରଣା ଦିଆଯିବ ଏବଂ ଯଦି ହିନ୍ଦୁସ୍ତାନ ଇଞ୍ଜିନିୟରିଂ କମ୍ପାନୀ ଏହି ଦାବିଗୁଡିକ ପୂରଣ ନକରେ ତେବେ ଚଳିତମାସ ଆସନ୍ତା ୩୧ତାରିଖ ମଙ୍ଗଳବାର ଦିନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବିପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏହି ଦାବିଗୁଡିକ ଯଥାକ୍ରମେ ଦୈନିକ ୮ ଘଣ୍ଟାରୁ ଉଦ୍ଧ୍ୱର୍ ଡିଉଟି ନଦେବା, ଯଦି ୮ଘଣ୍ଟାରୁ ଉଦ୍ଧ୍ୱର୍ ସମୟ କାର୍ଯ୍ୟ କରୁଛନ୍ତି ତାଙ୍କୁ ଓଭର ଟାଇନ୍ ଭତ୍ତା ପ୍ରଦାନ କରିବା, ଚିକିସôା ପାଇଁ ଇଏସଆଇସି ତୁରନ୍ତ ପ୍ରଦାନ କରିବା, ପ୍ରତି ମାସର ଦରମା ସହିତ ଅନୁଧ୍ୟାନ ପ୍ରାପ୍ୟ ଗୁଡିକ ୧୦ତାରିଖ ମଧ୍ୟରେ ପ୍ରଦାନ କରିବା, ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଉପକରଣ ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିବା, ବର୍ତ୍ତମାନ ବଜାରରେ ଚାଲିଥିବା ତୈଳଦର ଅନୁଯାୟୀ ସ୍ୱତନ୍ତ୍ର ଭାବେ ତୈଳ ଭତ୍ତା ପ୍ରଦାନ କରିବା, ଦୀର୍ଘ ୧୫ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବରିଷ୍ଠ କର୍ମଚାରୀ ଅଭୟ କୁମାର ନାୟକଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ସଭାପତି ଶୁଭ୍ରମନ୍ୟମ ମହାନ୍ତି, ଉପସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଡିଭିଜନ୍ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ଦିପ୍ତିକାନ୍ତ ଭୂୟାଁ ଓ ଡିଭିଜନ୍ ଅର୍ଗାନାଇଜର ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.