Odisha news

ବ୍ରାଉନ୍ ସୁଗାର କାରବାର ମାମଲାରେ ମହିଳାଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

0

ବାରିପଦା : ଏକ ବ୍ରାଉନ୍ ସୁଗାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ପେସାଲ ଜଜ୍ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ କୁନି ଘଡେଇ(୪୫)ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ମାସ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓକିଲ କୃଷ୍ଣଚନ୍ଦ୍ର ଦାଶ ମାମଲା ପରିଚାଳନା କରିଥିଲେ ।

ଘଟଣାରୁ ପ୍ରକାଶ ଯେ, ୨୦୧୩ ମସିହା ମାର୍ଚ୍ଚ ୨୫ତାରିଖରେ ବାରିପଦା ସହରର ୱାର୍ଡ ନମ୍ବର ୨୦ ସୁନଗଡିଆ ଅଞ୍ଚଳର କୁନି ଘଡେଇ ବ୍ରାଉନ୍ ସୁଗାର କାରବାର ଚଲାଉଥିବା ବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢଉ କରି କୁନି ଘଡେଇଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୨ଗ୍ରାମ ୩୦୦ମିଲିଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲେ । ଏନେଇ ୧୧୭/୧୩ ମାମଲା ରୁଜୁ ହୋଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଗୁରୁବାର ଉକ୍ତ ମାମଲାର ବିଚାର କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Leave A Reply