Odisha news

ନିଖୋଜ ବ୍ୟକ୍ତି ଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

0
କୋଣାର୍କ:-୨୬/୫ ଭୁବନେଶ୍ୱର-କୋଣାର୍କ ମୁଖ୍ୟ ରାସ୍ତା ସାରଡା ଛକ ନିକଟରେ ଆଜି ସକାଳୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ  ହେଲେ ବନାଖଣ୍ଡି ପଞ୍ଚାୟତ ଦଶବାଟିଆ ଗାଁ ର କୈଳାସ ଖୁଣ୍ଟିଆ। ଦୀର୍ଘ ବର୍ଷ ଧରି କୈଳାସ କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ଆସୁଥିଲେ ମଧ୍ୟ ଶାରୀରିକ ପୀଡା ଲାଗି ରହୁଥିଲା। ଗତ ୨୪ ତାରିଖ ସନ୍ଧ୍ୟାରେ ଘରୁ ବାହାରି ଆସି ଆଉ ଘରକୁ ନଫେରିବା ଯୋଗୁଁ ତାଙ୍କ ପରିବାର ଲୋକେ କୋଣାର୍କ ଥାନା ରେ କୈଳାସ ନିରୁଦ୍ଧିଷ୍ଟ ଥିବା ନେଇ ଏକ ଏତଲା ମଧ୍ୟ ଦେଇଥିଲେ ଆଜି ସକାଳୁ କୈଳାସ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ମିଳିବା ପରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ଶବ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଯିବା ପରେ କୋଣାର୍କ ଥାନା ପକ୍ଷରୁ ୟୁଡି କେଶ ନମ୍ବର ୧୨/୨୨ ରେ ଏକ ମାମଲା ରୁଜ୍ଜୁ କରିଛନ୍ତି
Nalco
Leave A Reply