Odisha news

ଜେ ଏସ ଡ ବ୍ଲୁ ପ୍ରସ୍ତାବିତ ଅଞ୍ଚଳରେ ସୋଲାର ଲାଇଟ୍ ସ୍ଥାପନ

0
ଜଗତସିଂହପୁର/ବାଲିତୁଠ୨୬/୦୫ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ,ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତରେ ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ସୋଲାର ଲାଇଟ୍ ସ୍ଥାପନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଢ଼ିଙ୍କିଆ ଓ ନୂଆଗାଁ ପଞ୍ଚାୟତରେ ପ୍ରାୟ ଦୁଇ ଶହଟି ଲାଇଟ୍ ଲଗାଇବାକୁ ଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୧୦୦ ଟି ସୋଲାର ଲାଇଟ୍ ସ୍ଥାପନ ହୋଇ ସାରିଲାଣି। ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ବିଦ୍ୟୁତ ସେବା କ୍ଷେତ୍ରରେ ଅନିୟମିତତା ଦେଖାଦେଉଥିବା ବେଳେ ଅନେକ ସମୟରେ ବିଦ୍ୟୁତ କାଟ ମଧ୍ୟ ହେଉଛି। ଯାହା ଫଳରେ କି ବିଶେଷ କରି ରାତିରେ ବିଭିନ୍ନ ଗାଁ ଗହଳି ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ ନେଇ ବହୁ ସମସ୍ୟା ଦେଖାଦେଉଛି। ଏହି ଅସୁବିଧାକୁ ସମାଧାନ କରିବା ପାଇଁ ଜେ ଏସ ଡ ବ୍ଲୁ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସୋଲାର ଲାଇଟ୍ ସ୍ଥାପନ ନେଇ ନିଆଯାଇଥିଲା।
ପ୍ରସ୍ତାବିତ ଅଞ୍ଚଳର ଗାଁ ଲୋକଙ୍କ ସହମତି ତଥା ଗାଁ କମିଟିର ଓ ସ୍ଥାନୀୟ ଜନ ପ୍ରତିନିଧି କେଉଁ ସ୍ଥାନରେ ଆଲୋକୀକରଣର ଆବଶ୍ୟକତା ରହିଛି ସେ ନେଇ  ପ୍ରସ୍ତାବ ଦେଇଥିଲେ। ଏହା ପରେ କମ୍ପାନୀ ପକ୍ଷରୁ ବରିଷ୍ଠ ଅଧିକାରୀ ଏହାକୁ ଅନୁଧ୍ୟାନ କରିବା ପରେ ସ୍ଥାନ ନିରୂପଣ କରାଯାଇ ଥିଲା। ପ୍ରଥମ ପର୍ଯ୍ୟାୟରେ ଢ଼ିଙ୍କିଆ ପଞ୍ଚାୟତର ମାହାଳ ଗାଁର ହନୁମାନ ମନ୍ଦିର, ରାମଚଣ୍ଡୀ ମନ୍ଦିର, ବିଦ୍ୟାଳୟ ସମ୍ମୁଖରେ, ଗୋଷ୍ଠୀ କେନ୍ଦ୍ର ସମ୍ମୁଖରେ, ତ୍ରିନାଥ ମଣ୍ଡପ, ଢ଼ିଙ୍କିଆ ଗାଁର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମଠ ସମ୍ମୁଖରେ, ହାଇସ୍କୁଲ ସମ୍ମୁଖ,ଫୁଲଖାଇ ମନ୍ଦିର, ପଞ୍ଚାୟତ କାର୍ଯ୍ୟାଳୟ, ସମ୍ମୁଖରେ ଏହି ସୋଲାର ଲାଇଟ୍ ସ୍ଥାପନ କରାଯାଇଛି । ଏଥି ସହିତ ପାଟଣାର ମହାଦେବ ମନ୍ଦିର, ହନୁମାନ ମନ୍ଦିର, ପ୍ରାଥମିକ ବିଦ୍ୟାଳୟ, କ୍ଲବ ଘର ସମ୍ମୁଖରେ ଓ ଗାଁର ଶେଷ ମୁଣ୍ଡରେ ଏହି ଲାଇଟ୍ ଲଗାଯାଇଛି।
ସେହିପରି ନୂଆଗାଁ ପଞ୍ଚାୟତର ଭାଗବତ ଟୁଙ୍ଗି ଛକ, ବାଲିସାହି,ମଠସାହି ବିଦ୍ୟାଳୟ, ନୂଆଗାଁ ବଜାର, ସିଦ୍ଧଗୁମ୍ଫା ପୀଠ ସମ୍ମୁଖରେ, ଦଧିବାମନଜୀଉ ପଡା ଆଦି ୬୦ ଟି ସ୍ଥାନରେ ଏହି ସୋଲାର ଲାଇଟ୍ ଲଗାଯାଉଛି। ଆସନ୍ତା ତିନି ସପ୍ତାହ ମଧ୍ୟରେ ଏହି ପଞ୍ଚାୟତର ସମସ୍ତ ଲାଇଟ୍ ସ୍ଥାପନ ଶେଷ ହେବ। ଏଥିପାଇଁ କମ୍ପାନୀ ପକ୍ଷରୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାର ସୂଚନା ମିଳିଛି। ଏହା ପରେ ଦିତୀୟ ପର୍ଯ୍ୟାୟରେ ଗଡ଼ କୁଜଙ୍ଗ ପଞ୍ଚାୟତରେ ଏହି ସୋଲାର ଲାଇଟ୍ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବିଶେଷ କରି ବର୍ତ୍ତମାନ ସମୟରେ ବିଦ୍ୟୁତ ସଙ୍କଟ ଦେଖା ଦେଉଥିବା ବେଳେ ସୈରଶକ୍ତି ଏକ ବିକଳ୍ପ ଶକ୍ତି ଉତ୍ସ ବୋଲି କୁହାଯାଉଛି। ଏହି ଅକ୍ଷୟ ଶକ୍ତି ଉତ୍ସକୁ ସଠିକ ଭାବେ ସଂଗ୍ରହ କରାଯାଇ ବିଦ୍ୟୁତ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି।ଓଦୌଗିକ ସାମାଜିକ ଦାୟିତ୍ୱବୋଧରେ ଜେ ଏସ ଡବ୍ଲୁ ଅଧିକ ଗୁରୁତ୍ବ ଦେଇ ଆସୁଛି। ଏହି କ୍ରମରେ ପ୍ରସ୍ତାବିତ ତିନି ପଞ୍ଚାୟତରେ ନିକଟ ଅତୀତରେ ଅଙ୍ଗନବାଡ଼ି କେନ୍ଦ୍ରର ସୈନ୍ଦର୍ଯ୍ୟୀକରଣ ଓ ଉନ୍ନତିକରଣ, ବିଦ୍ୟାଳୟ ଉନ୍ନତିକରଣ, ମେଗା ସ୍ବାସ୍ଥ୍ୟ ସେବା ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ପ୍ରଦାନ ଭଳି ଅନେକ କାର୍ଯ୍ୟ କରି ଆସୁଛି।
ଜେ ଏସ ଡ ବ୍ଲୁ ପ୍ରସ୍ତାବିତ ଅଞ୍ଚଳରେ ଏକ ସବୁଜ କ୍ଷେତ୍ରୀୟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଏହି ପ୍ରକଳ୍ପ ସର୍ବୋକୃଷ୍ଟ ସବୁଜିମା ଭରା ବୈଷୟିକ ଞ୍ଜାନକୈଶଳରେ ନିର୍ମାଣ ହେବ।ଭାରତୀୟ ଜଳବାୟୁରେ ପରିବର୍ତ୍ତନ କୁ ଆଧାର କରି ଶକ୍ତି ସଂରକ୍ଷଣ କମ୍ପାନୀର ପ୍ରତିବଦ୍ଧତାକୁ ପାଳନ କରି ଚାଲିଛି। ଏଥି ସହିତ ଆଗାମୀ ଦିନରେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମୈଳିକ ସମସ୍ୟା ସହିତ ବିଭିନ୍ନ ଜନ ହିତକାର କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପାନୀ ପ୍ରତିଷ୍ଠା ପୁର୍ବରୁ ସ୍ଥାନୀୟ ଅଞ୍ଚଳରେ ଏଭଳି ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
Leave A Reply