ବେତନଟୀ/ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ସ୍ଥିତ କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନରେ ଶିମିଳିପାଳ ଇକୋ ଫ୍ରେଣ୍ଡ୍ସ ପକ୍ଷରୁ ଶିମିଳିପାଳ ଚିନ୍ତନ ଦିବସ ପାଳିତ ହୋଇଛି। ଏହି ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କର ସଭାପତିତ୍ଵରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ମୟୂର ସାହିତ୍ୟ ସଂସଦର ସମ୍ପାଦକ ଯତୀନ୍ଦ୍ରନାଥ ସାହୁ, ସମ୍ମାନିତ ଅତିଥି ଭାବରେ ମହୁଲିଆ ସରକାରୀ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ମହାନ୍ତ, ମୂଖ୍ୟ ବକ୍ତା ଭାବରେ ବିଜ୍ଞାନ ଶିକ୍ଷକ ତଥା ଓଷ୍ଟାର ବେତନଟୀ ବ୍ଲକ ଉପସଭାପତି ଶିଶିର କୁମାର ନାୟକ , ସମ୍ମାନିତ ବକ୍ତା ଭାବରେ ଶହୀଦ କଙ୍କା କାଳିଆ ସ୍ମୃତି ପରିଷଦର ସଂଗଠକ ଭକ୍ତ ହରି ମୁର୍ମୁ ପ୍ରମୁଖ ଯୋଗଦାନ କରି ଶିମିଳିପାଳ ଓ ପରିବେଶ ପ୍ରସଙ୍ଗରେ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଜୈବ ମଣ୍ଡଳରେ ବିଶେଷତା ପ୍ରସଙ୍ଗରେ ଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ଗିରିଜା ଶଙ୍କର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
