ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ବୋଲି ଆମେ ସମସ୍ତେ ଜାଣିଛୁ l ଏହାର ସ୍ୱାସ୍ଥ୍ୟଗତ ଲାଭ ସମ୍ପୂର୍ଣ ଭାବରେ ଶରୀରକୁ ମିଳିଥାଏ l ବ୍ୟାୟାମ କରିବା ଦ୍ୱାରା ମଣିଷ ରୋଗମୁକ୍ତ ରହିଥାଏ l ନିକଟରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ କହିଥିଲେ ତାଙ୍କୁ ହାର୍ଟ ଆଟାକ ଆସିଥିଲା କିନ୍ତୁ ସେ ଫିଜିକାଲି ଆକ୍ଟିଭ ଥିବାରୁ ଏହାର ଲାଭ ପାଇଥିଲେ ଓ ତାଙ୍କର ଜୀବନ ବଂଚି ଯାଇଥିଲା l କିନ୍ତୁ ତାଙ୍କୁ ଚିକିତ୍ସା କରୁଥିବା କାର୍ଡିଓଲୋଜିଷ୍ଟ ରାଜୀବ ଭାଗବତ ଗୋଟିଏ ସାକ୍ଷାତକାର ରେ କହିଥିଲେ ଯେ ସୁସ୍ମିତା ସେନ ଅଧିକ ବ୍ୟାୟାମ କରିବା ତାଙ୍କ ପକ୍ଷରେ ଠିକ ନୁହେଁ l
* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ୟାୟାମ ଦ୍ୱାରା ଫିଜିକାଲି ବ୍ୟକ୍ତି ଫିଟ ରହିଥାଏ, ଯାହାକି ଗୋଟିଏ ଭଲ ପଦକ୍ଷେପ ଅଟେ l ସେମାନଙ୍କ ସ୍ୱାସ୍ଥ୍ୟ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ସୁସ୍ଥ ରହିଥାଏ l ସେମାନଙ୍କ ହାର୍ଟ ମଧ୍ୟ ସାଧାରଣ ବ୍ୟକ୍ତି ତୁଳନାରେ ଅଧିକ ସୁସ୍ଥ ଅଟେ l କିନ୍ତୁ ଜିମ ଯାଇ ଅତ୍ୟଧିକ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷରେ କଦାପି ଭଲ ନୁହେଁ l ଏହାଦ୍ୱାରା ଫିଜିକାଲି ଓ ମେଂଟାଳୀ ଉଭୟ ପ୍ରକାରର ବ୍ୟକ୍ତି ଉପରେ ପ୍ରଭାବ ପଡିଥାଏ l
* ଗବେଷଣା କହୁଛି ଯେ ପ୍ରତ୍ୟେକ କର୍ଯ୍ୟ ପାଇଁ ସବୁକିଛି ନିର୍ଦ୍ଧିଷ୍ଟ ମାତ୍ରା ଓ ନିର୍ଦ୍ଧିଷ୍ଟ ଅନୁପାତ ର ଆବଶ୍ୟକ l ଅତ୍ୟଧିକ ଜିମ କରିବା ଠିକ ନୁହେଁ l ଯଦି ନିୟମିତି ଜିମ ଯାଉଛନ୍ତି ଉଚିତ ପରିମାଣ ର ନିଦ୍ରାର ମଧ୍ୟ ଆବଶ୍ୟକତା ରହିଛି l ଜିମ କୁ କୌଣସି ଷ୍ଟାଇଲ ନଭାବି ଗୋଟିଏ ହେଲଦି ଆକ୍ଟିଭିଟି ବୋଲି ଧାରଣା ରଖିବା ଆବଶ୍ୟକ ଊ ନିର୍ଦ୍ଧିଷ୍ଟ ସମୟ ର ୱାର୍କ ଆଉଟ କରିବା ଜରୁରୀ l
* ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ l କିଛି ଲୋକ ମାନସିକ ଚାପକୁ ହ୍ରାସ କରିବା ପାଇଁ ଜିମ ରେ ଅଧିକ ସମୟ ବିତାଇ ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ l ଏପରି କରିବା ଦ୍ୱାରା ମଣିଷ ଥକି ଯାଇଥାଏ ଓ ମାନସିକ ଭାବରେ ଦୁର୍ବଳ ମଧ୍ୟ ହୋଇଯାଏ l
* ନିଦ ଯଦି ଠିକ ଭାବରେ ପୁରା ନହେଉଛି ତେବେ ନିଦ ସମ୍ବନ୍ଧିତ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ l ଗବେଷଣା କହୁଛି ଯେ ଯଦି ଆପଣ ରାତିରେ ଠିକ ଭାବରେ ନସୋଇ ସକାଳୁ ଜିମ କରିବାକୁ ଯାଉଛନ୍ତି ତେବେ ଏହା ଆପଣଙ୍କ ଷ୍ଟ୍ରେସ ଲେବୁଲ ଅଧିକ ବୃଦ୍ଧି କରିଥାଏ l କାହିଁକି ନା ଏପରି କରିବା ଦ୍ୱାରା ସରସ ହର୍ମୋନ ମଧ୍ୟ ବୃଦ୍ଧି ହୋଇଥାଏ l ଏବଂ ରକ୍ତଚାପ ସମସ୍ତର କାରଣ ଅଟେ l
* ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଜିମ ଯାଉଛନ୍ତି ତେବେ ଏହା ଆପଣଙ୍କ ଇମ୍ୟୁନିଟି ହ୍ରାସ କରିବାର ଗୋଟିଏ ବଡ଼ କାରଣ ହୋଇଯିବ l କାହିଁକି ଆପଣ ଜେଟକି ବ୍ୟାୟାମ କରୁଛନ୍ତି ଆପଣଙ୍କୁ ସେହି ପରିମାଣ ର ପୋଷାକ ଯୁକ୍ତ ଆହାର ର ମଧ୍ୟ ଆବଶ୍ୟକତା ରହିଛି l ଯଦି ପୋଷଣ ଯୁକ୍ତ ଖାଦ୍ୟ ସେହି ପରିମାଣ ର ଖାଇ ପାରୁ ନାହାନ୍ତି ଏହାଦ୍ୱାରା ଇମ୍ୟୁନିଟି ହ୍ରାସ ହୋଇଥାଏ ଓ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥାଏ l
