Odisha news

ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ , ୩୨୫ ଲିଟର ଦେଶୀ ମଦ ସହ ୫ ହଜାର କେ.ଜି ପୋଚ ଜବତ-୯ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୩୨୫ ଲିଟର ଦେଶୀ ମଦ ସହ ୫ ହଜାର କେ.ଜି ପୋଚ ଜବତ କରାଯାଇଥିବା ବେଳେ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ୯ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ ଲୋଧାଝରୀ ଅଚଂଳରେ ବ୍ୟାପକ ପରିମାଣର ଦେଶୀ ମଦ ରନ୍ଧା ଯାଇ ବିକ୍ରି କରାଯାଉଥିବାର ଖବର ପାଇ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ମାନେ ସେଠାରେ ଚଢ଼ାଉ କରିଥିଲେ ।

ଏହି ଚଢ଼ାଉ ସମୟରେ ସେଠାରୁ ୩୨୫ ଲିଟର ଦେଶୀ ମଦ ଓ ୫ ହଜାର କେ.ଜି ପୋଚ ଏବଂ ୫ଟି ମୋଟସାଇକେଲ ଜବତ କରାଯାଇଥିଲା । ତତ୍ ସହିତ ଏହି ବେଆଇନ କାରବାରରେ ସଂଶ୍ଳିଷ୍ଟ ଥିବା ହାଡିବନ୍ଧୁ ବେହେରା, ସନାତନ ପ୍ରଧାନ, ଦିପକ ଗୋଚ୍ଛାୟତ, ବିଶୁ ଭୋଇ, ବିଶ୍ୱନାଥ ମୂର୍ତି, ପ୍ରବୀଣ ଗୋଚ୍ଛାୟତ, ରାଜୁ ଗୋଚ୍ଛାୟତ ଏବଂ ମୁନା ନାଏକ କୁ ଅବକାରୀ ଅଧିକାରୀ ମାନେ ଗିରଫ କରିଥିଲେ ।

ସେହିପରି ଆଠମଲ୍ଲିକ ଅଚଂଳରେ ମୋଟରସାଇକେଲରେ ଦେଶୀ ମଦ ନେଇ ଯାଉଥିବା ବେଳେ ହିମାଂଶୁ ମେହେର ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯିବା ସହ ତା ଠାରୁ ୧୫ ଲିଟର ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

Nalco
Leave A Reply