Special story : ରାତି ଏଗାରଟା ବେଳେ କଲିଂ ବେଲ୍ ବାଜିଲା ବେଳେ ଘରେ ଥିବା ବୁଢା ମଉସା,ମାଉସୀ ଦୁଇ ଜଣ ଟିକିଏ ଭୟଭୀତ ହୋଇଗଲେ । ଚାରିଆଡେ ତ ଲକ୍ଡାଉ୍ନ ଚାଲିଛି ତେବେ ଏ ଅସମୟରେ କିଏ ଆସିଲା । ସାହସ କରି ମଉସା କବାଟ ଖୋଲିଲେ । ଦେଖିଲେ ବାହାରେ ଜଣେ ୨୫ ବର୍ଷୀୟ ଯୁବକ ଠିଆ ହୋଇଛନ୍ତି । ଯୁବକଟି କହିଲା ମୋ ନାଁ ହେଲା ପ୍ରମୋଦ ଆଉ ଦୂରରୁ ଥାଇ ସେ ପାଦ ଛୁଇଁ ପ୍ରଣାମ କଲା । କହିଲା ମୁଁ ଖରାପ ପିଲା ନୁହେଁ,ମୁଁ ଜଣେ ଚିତ୍ରକର । ଲକ୍ଡାଉ୍ନରେ ମୁଁ ମୋର ଘରକୁ ଯାଉଥିଲି । ଦେଖନ୍ତୁ,ମୋର ସ୍ୱାସ୍ଥ୍ୟ ପୁରା ଠିକ୍ ଅଛି ମୋ ପାଖରେ ପ୍ରମାଣ ଓ ପରିମିଶନ ଚିଠି ମଧ୍ୟ ଅଛି ଯିବା ପାଇଁ ଘରକୁ ।
ହଁ..ସବୁ ତ ଠିକ୍ ଅଛି,ତା’ହେଲେ ତୁମେ ଏଠାକୁ କାହିଁକି ଆସିଛ । ପ୍ରମୋଦ କହିଲା ମୋତେ ରାତିରେ ଟିକିଏ ଯାଗା ଦିଅନ୍ତୁ ଶୋଇବା ପାଇଁ ସକାଳ ହେଲେ ମୁଁ ପଳେଇବି,ଦୟାକରି ମନା କରନ୍ତୁନି । ମଉସା ମାଉସୀଙ୍କ ଆଡେ ଟିକେ ଅନେଇ ଦେଖିଲେ । ମନା ବା କାହିଁକି କରିବେ କାରଣ ତାଙ୍କର ତ ଦୁଇ ଛୁଆ ଏହି ଲକ୍ଡାଉ୍ନ ସମୟରେ ଜଣଙ୍କର ସାହାଯ୍ୟରେ ତ ସୁରକ୍ଷିତ ଅଛନ୍ତି । ଦୁହେଁ ପିଲାକୁ ରାତିଟା କାଟିବା ପାଇଁ ହଁ କରିଦେଲେ । ତୁମେ ତ ଠିକ୍ ଅଛ କିନ୍ତୁ ଭିତରକୁ ନଆସି ବାହାରେ ଯେଉଁ ରୁମ୍ ଅଛି ସେଠାରେ ତୁମେ ତୁମର ଜିନିଷ ପତ୍ର ରଖିଦିଅ ଆଉ ଯାଇ ଶୋଇପଡ ।
ପ୍ରମୋଦ ବ୍ୟାଗରୁ ବ୍ରଶ,ଟୁଥପେଷ୍ଟ ଓ ଅନ୍ୟାନ୍ୟ ଜିନିଷ ବାହାର କରୁଥିଲା ମଉସା ପଚାରିଲେ କ’ଣ ଏ ସବୁ ନେଇ କରି ଘରକୁ ଯାଉଛ,ପୁଣି ଆଉ ଆସିବନି କି ? ଫେରିବି ଯେ,ଏସବୁ ମୁଁ ରାସ୍ତାରେ କରୋନା ପାଇଁ ଲୋକଙ୍କୁ ଜାଗୃତ କରିବା ପାଇଁ ସନେ୍ଦଶ ଓ ସାହାଯ୍ୟ କରିଥିବାର ଧନ୍ୟବାଦ ଦେଇ କରି ଯାଉଛି ।
ମାଉସୀ କିଛି ସମୟ ଭାବି ଯୁବକକୁ ଚାରୋଟି ଲଡୁ ଦେଲେ ଆଉ ଗୋଟିଏ କପ୍ କ୍ଷୀର ନେଇ ତା’ ରୁମ୍ରେ ରଖିଦେଲେ । ଶୋଇବା ସମୟରେ ମାଉସୀ,ମଉସାଙ୍କୁ କହିଲେ ପ୍ରମୋଦ ତ ସାଧାରଣ ଭଳି ଦେଖା ଯାଉଛି,କିନ୍ତୁ ଆସିବା ସମୟରେ ସେ କେଉଁଠି କେଉଁଠି ହୋଇ ଆସିଥିବ । ହେ ଭଗବାନ! ଆମ ଘରେ କରୋନ ସଂକ୍ରମଣର ଆଗମନ ନହେଉ ।
ସକାଳେ ଯେତେବେଳେ ମାଉସୀ ଉଠିଲେ,ପ୍ରମୋଦ କହିଲା ମୁଁ ରୁମ୍କୁ ପୁରା ସାଇନିଟାଇଜ୍ କରି ଦେଇଛି । ଧନ୍ୟବାଦ! ଆପଣଙ୍କୁ ମୁଁ ଏବେ ଯିବା ପାଇଁ ପ୍ରସ୍ତୁତ ହେଉଛି । ମଉସା ଏବଂ ମାଉସୀ ପୁର୍ନବାର ରୁମ୍କୁ ସାଇନିଟାଇଜ୍ କରିବାକୁ ଗଲା ବେଳକୁ ଟେବୁଲ୍ ଉପରେ ନେମ୍ ପ୍ଲେଟ୍ ଗୋଟେ ରଖା ଯାଇଥିଲା । ଲେଖାଥିଲା ପର୍ଶୁରାମ ଦାଶ…ମଉସା ସଙ୍ଗେ ସଙ୍ଗେ ଚମକି ପଡିଲେ ଏବଂ କହିଲେ ୟାକୁ ମୋର ନାଁ କେମିତି ଜଣା ଥିଲା । ମାଉସୀ କିଛି କ୍ଷଣ ଭାବିଲେ, ପୁଣି ଦେଖିଲେ ଯେ ତଳେ ପଡିଥିବା ଭଙ୍ଗା ନେମ୍ ପ୍ଲେଟ୍ ପଡିଛି,ଆଉ କହିଲେ ଏହି ଠୁ ।ା