Odisha news

ସମଗ୍ର ଦେଶରେ ୫୬୩୪୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୬୫୩୯ ଜଣ ସୁସ୍ଥ ,୧୮୮୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ

0

ନୂଆଦିଲ୍ଲୀ: ମେ ୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୬୩୪୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୫୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୮୮୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୮ ଜଣ, ଆସାମରେ ୧ଜଣ, ବିହାରରେ ୫ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୬ ଜଣ, ଗୁଜରାଟରେ ୪୨୫ ଜଣ, ହରିୟାଣାରେ ୭ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୯ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୯୩ ଜଣ, ମହାରାଷ୍ଟ୍ରରେ ୬୯୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨ ଜଣ, ପଞ୍ଜାବରେ ୨୮ ଜଣ, ରାଜସ୍ଥାନରେ ୯୭ ଜଣ, ତାମିଲନାଡୁରେ ୩୭ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୬୨ ଜଣ ଏବଂ ପଶ୍ଚମବଙ୍ଗରେ ୧୫୧ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୮୪୭), ଅରୁଣାଚଳ ପ୍ରଦେଶ (୧), ଆସାମ (୫୪), ବିହାର (୫୫୦), ଚଣ୍ଡିଗଡ଼ (୧୩୫), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୫୯୮୦), ଗୋଆ (୭), ଗୁଜରାଟ (୭୦୧୨), ହରିୟାଣା (୬୨୫), ହିମାଚଳ ପ୍ରଦେଶ (୪୬), ଜମ୍ମୁ ଓ କଶ୍ମୀର (୭୯୩), ଝାଡ଼ଖଣ୍ଡ (୧୩୨) କର୍ଣ୍ଣାଟକ (୭୦୫), କେରଳ (୫୦୩), ଲଦାଖ (୪୨), ମଧ୍ୟପ୍ରଦେଶ (୩୨୫୨), ମହାରାଷ୍ଟ୍ର (୧୭୯୭୪), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୨୧୯), ପୁଦ୍ଦୁଚେରୀ (୯), ପଞ୍ଜାବ (୧୬୬୪), ରାଜସ୍ଥାନ (୩୪୨୭), ତାମିଲନାଡୁ (୫୪୦୯), ତେଲେଙ୍ଗାନା (୧୧୨୩), ତ୍ରିପୁରା (୬୫), ଉତ୍ତରାଖଣ୍ଡ (୬୧), ଉତ୍ତରପ୍ରଦେଶ (୩୦୭୧) ଓ ପଶ୍ଚିମବଙ୍ଗ (୧୫୪୮) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୭୮୦), ଅରୁଣାଚଳ ପ୍ରଦେଶ (୧), ଆସାମ (୩୪), ବିହାର (୨୪୬), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୮), ଦିଲ୍ଲୀ (୧୯୩୧), ଗୋଆ (୭), ଗୁଜରାଟ (୧୭୦୯), ହରିୟାଣା (୨୬୦), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୩୫), ଝାଡ଼ଖଣ୍ଡ (୪୧), କର୍ଣ୍ଣାଟକ (୩୬୬), କେରଳ (୪୭୪), ଲଦାଖ (୧୭), ମଧ୍ୟପ୍ରଦେଶ (୧୨୩୧), ମହାରାଷ୍ଟ୍ର (୩୩୦୧), ମଣିପୁର (୨), ମେଘାଳୟ ୧୦, ଓଡ଼ିଶା (୬୨), ପୁଦ୍ଦୁଚେରୀ (୬), ପଞ୍ଜାବ (୧୪୯), ରାଜସ୍ଥାନ (୧୫୯୬), ତାମିଲନାଡୁ (୧୫୪୭), ତେଲେଙ୍ଗାନା (୬୫୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୧୨୫୦) ଓ ପଶ୍ଚିମବଙ୍ଗ (୩୬୪) ।

 

Leave A Reply