Odisha news

ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ମାଲବାହୀ ଟ୍ରେନ୍ ଚଢ଼ିଯିବା ଯୋଗୁଁ ୧୫ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ

0

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ମାଲବାହୀ ଟ୍ରେନ୍ ଚଢ଼ିଯିବା ଯୋଗୁଁ ୧୫ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ରେଳବାଇ ଆଦେଶ ଦେଇଛି।

ରେଳବାଇ କହିଛି ଯେ ‌ଶ୍ରମିକମାନଙ୍କୁ ରେଳଧାରଣା ଉପରେ ଦେଖିବା ପରେ ସମ୍ପୃକ୍ତ ମାଲବାହୀ ଟ୍ରେନ୍‌ର ଡ୍ରାଇଭର୍ ଟ୍ରେନ୍ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଟ୍ରେନ୍ ନ ଅଟକି ଶ୍ରମିକମାନଙ୍କ ଉପରେ ଚଢ଼ିଗଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ରେଳଧାରଣା ଦୁର୍ଘଟଣାଜନିତ ଜୀବନହାନୀ ଖୁବ୍ ଦୁଃଖ ଦେଇଛି। ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲଙ୍କ ସହ କଥା ହୋଇଛି। ସେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ଆବଶ୍ୟକ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି।

Narendra Modi

@narendramodi

Extremely anguished by the loss of lives due to the rail accident in Aurangabad, Maharashtra. Have spoken to Railway Minister Shri Piyush Goyal and he is closely monitoring the situation. All possible assistance required is being provided.

8,700 people are talking about this
କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସିଏଚ୍‌ ରାକେଶ କହିଛନ୍ତି, ଶୁକ୍ରବାର ଭୋର୍ ୫:୩୦ରେ ଦୁର୍ଘଟଣା ଘଟିଛି। ‌ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌ଟି ହେଉଛି ‌ଗୋଟାଏ ଖାଲି ପେଟ୍ରୋଲିୟମ୍ ଟ୍ୟାଙ୍କ୍। ଡ୍ରାଇଭର୍ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାରୁ ସ୍ଥାନୀୟ ପୁଲିସଙ୍କ ସହ ଆର୍‌ପିଏଫ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି।
Leave A Reply