ବୁଗୁଡା଼-୦୪/୦୫/ବୁଗୁଡା଼ ବ୍ଲକ ବାଲିପଦର ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ଚୋରା ମଦ ଜବତ କରିବା ସହିତ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଖବର ପାଇ ବୁଗୁଡା଼ ଅବକାରୀ କାର୍ଯ୍ୟାଳୟ ଦ୍ୱାରା ଧରପଗଡ ପାଇଁ ନକ୍ସା ପ୍ରସ୍ତୁତ କରିଥିଲା।ଛତ୍ରପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ରେ ଡେପୁଟି ସୁପରିଟେଣ୍ଡେଣ୍ଟ ଙ୍କ ନିର୍ଦ୍ଧେଶ ଅଭି ରାମ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା।ବାଲି ପଦର ବାହାରେ ମହମ୍ମଦ ଅରିଫ ନାମ ରେ ଜଣେ ବ୍ୟକ୍ତି ଏହି ଚୋରା ମଦ କାରବାର ଚଳାଇଥିଲେ। ବାହାରେ ଏକ ଗୁପ୍ତ ଜାଗାରେ ଚୋରା ମଦ ପାଉଚ ପ୍ରଚୁର ପରିମାଣରେ ତିଆର କରି ଅବକାରୀ ଓ ପୋଲିସ ବିଭାଗର ଆଖି ଅଡ଼ୁଆଳରେ ଏହି ଚୋରା ମଦ କାରବାର ଚଳାଇଥିଲା। ଚଢ଼ାଉ ବେଳେ ସେଠାରୁ ୧୮୦୦ ପାଉଚ ଜବତ କରାଯାଇଥିବା ବେଳେ ଚୋରା ମଦ କାରବାର କରୁଥିବା ଅରିଫକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଡେପୁଟି ସୁପରିଟେଣ୍ଡେଣ ଅଭିରାମ ବେହେରାଙ୍କ ନେତୃତ୍ୱରେ ଏହି ଟିମ୍ ରେ ଛତ୍ରପୁର ମୋବାଇଲ ଇନ୍ସପେକ୍ଟର ପ୍ରୀତିଧର ନାୟକ ବୁଗୁଡା଼ ଅବକାରୀ ଇନ୍ସପେକ୍ଟର ଜେ. ଡବ୍ଲୁ .ନାଇକ ଓ ଏ .ଏସ୍.ଆ ମମତା ଦାସ ଙ୍କ ସମେତ କେତେକ କନଷ୍ଟେବଳ ମଧ୍ୟ ସାମିଲ
ହୋଇଥିଲେ।