ଫୁଲବାଣୀ,୦୪/୦୫ ଆଜି ଫୁଲବାଣୀ ଓଡିଆ ବାପଟିଷ୍ଟ ଖ୍ରୀଷ୍ଟୀୟ ମଣ୍ଡଳି ତରଫରୁ କରୋନା ସଂକ୍ରମଣ ରୋକିବାକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଏକ ଲକ୍ଷଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ମଣ୍ଡଳି ତରଫରୁ ସଭାପତି ଇମାନୁଲ ରଥ ଓ ସମ୍ପାଦକ ଗିଦିୟନ ନାୟକ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କୁ ଏହି ଚେକ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ସେଠାରେ ମଣ୍ଡଳିର କୋଷାଧ୍ୟକ୍ଷ ରବିନ କୁମାର ସାମନ୍ତରାୟ,ଯୁଗ୍ମସମ୍ପାଦକ ପ୍ରଭୁଦତ ମିଶ୍ର,ସହ-ସମ୍ପାଦକ ଆଶିସ କୁମାର ସେନାପତି,ଏବଂ ବିଜୟ କୁମାର କରାଡ,ଜିତେନ୍ଦ୍ରୀୟ ସୁନା,ପରିତୋଷଚନ୍ଦ୍ର ମିଶ୍ର,ଦୁହ୍ଲନା ପ୍ରିୟଦର୍ଶିନି,ପୁଷ୍ପିତା ରାଉତ ଓ ଆଶିସଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅର୍ଥକୁ ମଣ୍ଡଳିର ସଦସ୍ୟ ମାନଙ୍କ ଦ୍ୱାରା ପାଣ୍ଠିକୁ ଦାନ କରାଯାଇଥିବା ମଣ୍ଡଳି ତରଫରୁ କୁହାଯାଇଛି ।