ମାଞ୍ଚେଷ୍ଟର : (ଏଜେନ୍ସି):େ ୱଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଚା’ ପାନ ବିରତି ସୁଦ୍ଧା ୫୩ ଓଭରରେ ୪ ୱିକେଟ ହରାଇ ୧୩୧ରନ୍ କରିଥିଲା । ଓଲି ପୋପ୍ ୨୪ ଓ ଜୋଶ ବଟଲର୍ ୨ରନ କରି ଅପରାଜିତ ଥିଲେ । ୱଷ୍ଟଇଣ୍ଡିଜର କେମାର ରୋଚ ୨ଟି ଓ ରୋଷ୍ଟନ ଚେଜ୍ ଗୋଟିଏ ୱିକେଟ ସଫଳତା ହାସଲ କରିଥିଲେ । ୩ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ବରାବର ସ୍ଥିତିରେ ଅଛନ୍ତି । ତେଣୁ ତୃତୀୟ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।