Odisha news

ଆଇପିଏଲ-୧୩ ସେପେଫମ୍ବର ୧୯

0

ନୂଆଦିଲ୍ଲୀ, ୨୪ା୭ (ଏଜେନ୍ସି): ଇଣ୍ଡିଆନ୍‌ ପି୍ରମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶ ସଂସ୍କରଣ ଚିତ୍ର ସ୍ପଷ୍ଟ ହେବାର ଲାଗିଛି । ଚଳିତବର୍ଷ ସେପେଫମ୍ବର ୧୯ରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆଇପିଏଲ ଖେଳାଯିବବୋଲି ଶୁକ୍ରବାର ଆଇପିଏଲ ଚେୟାରମ୍ୟାନ ବି୍ରଜେଶ ପଟେଲ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ଗଭର୍ଣ୍ଣି କମିଟି ବୈଠକ ହେବାର ଅଛି । ଏହି ବୈଠକରେ ଆଇପିଏଲ-୧୩କୁ ଚୂଡାନ୍ତ ରୂପରେଖ ଦିଆଯିବ । ଏତଦ୍‌ଭିନ୍ନ ଭାରତୀୟ କି୍ରକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମସ୍ତ ଯୋଜନା ଫ୍ରାଞ୍ଚାଇଜ ଗୁଡିକୁ ଅବଗତ କରାଇସାରିଛି । ନିକଟରେ ସେପେଫମ୍ବର ୨୬ରୁ ଆଇପିଏଲ ଆରମ୍ଭ ହେବାନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ଏହାକୁ ସପ୍ତାହେ ପୂର୍ବରୁ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତରେ ଆଇପିଏଲର କୌଣସି ପ୍ରଭାବ ପଡିବନାହିଁ । ଅଧ୍ୟକ୍ଷ ବି୍ରଜେଶ ପଟେଲଙ୍କ ସୂଚନା ଅନୁଯାୟୀ ଗଭର୍ଣ୍ଣି କମିଟି ବୈଠକ ପୂର୍ବରୁ ଆମେ ଖେଳସୂଚୀ ପ୍ରସ୍ତୁତ କରିସାରିଛୁ । ସେପେଫମ୍ବର ୧୯ରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ଆଇପିଏଲ ଆୟୋଜନ ପାଇଁ ସବୁ ଯୋଜନା ସରିଛି । କେବଳ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ଏଥର ଆଇପିଏଲ ୫୧ ଦିନ ଧରି ଚାଲିବ । ନିକଟରେ ଆଇସିସି ଆଗାମୀ ଅକେଫାବରନେ ଭମ୍ବର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ବାତିଲ ହୋଇଥିବା ଘୋଷଣା କରିଥିଲା । ତେଣୁ ଆଇପିଏଲ ଆୟୋଜନର ବାଟ ଫିଟିଥିଲା ।

Nalco

Leave A Reply