Odisha news

ହାତୀ ଆକ୍ରମଣରେ ମହିଳା ଗୁରୁତର

0

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗି ବନାଂଚଳ ଅନ୍ତର୍ଗତ ହଜ କାଳୁଚୁଆପାଟଣାରେ ହାତୀ ଆକ୍ରମଣ ଯୋଗୁ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି । ଆହତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ତୋଫାନ ନାୟକଙ୍କ ପତ୍ନୀ ରଞ୍ଜନା ନାୟକ(୪୮) । ସୂଚନାମୁତାବ, ଦୀର୍ଘ କିଛିଦିନ ହେବ ଖୋର୍ଦ୍ଧା ବନଖଣ୍ଡର ଖୋର୍ଦ୍ଧା ଓ ଟଙ୍ଗି ବନାଂଚଳରେ ବଣୁଆ ହାତୀ ଉତ୍ପାତ ଜାରୀ ରଖିଛନ୍ତି । ଶୁକ୍ରବାର ଭୋର ପ୍ରାୟ ସାଢେ ୪ଟାେବେଳ ରଞ୍ଜନା ବାଡି କବାଟ ଖୋଲି ବାଡକୁ ଯାଉଥିବାବେଳେ ବାଡିରେ ଥିବା ହାତୀଟି ତାଙ୍କୁ ଅତର୍କିତଭାବେ ଆକ୍ରମଣ କରିଥିଲା । ରଞ୍ଜନାଙ୍କ ଚିକôାର ଶୁଣି ପରିବାର ଏବଂ ପଡୋଶୀ ଲୋକ ଦୌଡିଆସିବାରୁ ହାତୀଟି ସେଠାରୁ ପଳାଇଥିଲା ।

ଗୁରୁତର ଅବସ୍ଥାରେ ରଞ୍ଜନା ଙ୍କୁ ଖୋର୍ଦ୍ଧାମେଡିକାଲ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôାପରେ ଡାକ୍ତରୀ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ପ୍ରକାଶଥାଉକି, ଏହି ହଜ ଓ କଲରାଝର ରେ ବିଗତ ଦନିରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଏବେ ବି ଚିକିସôାଧିନ ରହିଛନ୍ତି ।

Leave A Reply